ଦେଶ ବିଦେଶ

୧୪୬ ସାଂସଦଙ୍କୁ ନିଲମ୍ବନର ପ୍ରତିବାଦ: ସଂସଦରୁ ପ୍ଲାକାର୍ଡ ଧରି ବିରୋଧୀଙ୍କ ଶୋଭାଯାତ୍ରା

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସାଂସଦମାନଙ୍କୁ ସାମୂହିକ ଭାବେ ନିଲମ୍ବିତ କରାଯିବା ପ୍ରତିବାଦରେ ଗୁରୁବାର ସଂସଦ ଭବନରୁ ଦିଲ୍ଲୀର ବିଜୟ ଛକ ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟର ସାଂସଦମାନେ ଏକ ଶୋଭାଯାତ୍ରାରେ ବାହାରିଥିଲେ। ଡିସେମ୍ବର ୧୩ରେ ଘଟିଥିବା ଅଭୂତପୂର୍ବ ସଂସଦ ସୁରକ୍ଷା ଉଲ୍ଲଂଘନ ଉପରେ ବିତର୍କ ପାଇଁ ଦାବି କରାଯାଉଥିବା ବେଳେ ଲୋକସଭା ଏବଂ ରାଜ୍ୟସଭାର ମୋଟ ୧୪୬ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇ ସାରିଲାଣି।

କଂଗ୍ରେସ ସଭାପତି ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ସଂସଦରେ ସୁରକ୍ଷା ଭଙ୍ଗର ସମାଧାନ କରିନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛନ୍ତି। ‘ସଂସଦ ବନ୍ଦୀ, ଗଣତନ୍ତ୍ର ବହିଷ୍କୃତ’ ଲେଖାଥିବା ପ୍ଲାକାର୍ଡ ଧରି ବିରୋଧୀ ଦଳର ନେତାମାନେ ଆଜି ସଂସଦରୁ ବିଜୟ ଛକ ପର୍ଯ୍ୟନ୍ତ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ, ଏହା ଗୃହର ସ୍ବାଧିକାର ଉଲ୍ଲଂଘନ ପ୍ରସଙ୍ଗ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଅଧିବେଶନ ଚାଲିଥିବା ସମୟରେ ସଂସଦ ବାହାରେ କଥା ହୋଇଥିଲେ କିନ୍ତୁ ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ଗୃହରେ କିଛି କହି ନ ଥିଲେ। ଖଡ଼ଗେ କହିଛନ୍ତି, ଆମେ ବାରମ୍ବାର ଲୋକସଭା ବାଚସ୍ପତି ଓ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଅନୁରୋଧ କରୁଛୁ ଯେ ଆମକୁ ସୁରକ୍ଷା ଉଲ୍ଲଂଘନ ପ୍ରସଙ୍ଗରେ କହିବାକୁ ଅନୁମତି ଦିଅନ୍ତୁ, କିନ୍ତୁ ଶାସକ ଦଳର ସାଂସଦମାନେ ଏଥିରେ ବାଧା ସୃଷ୍ଟି କରୁଛନ୍ତି।

ଗଣନିଲମ୍ବନର ପ୍ରତିକ୍ରିୟାରେ ଶୁକ୍ରବାର ଜନ୍ତରମନ୍ତରଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଇଣ୍ଡିଆ ମେଣ୍ଟର ନେତାମାନେ ଘୋଷଣା କରିଛନ୍ତି। ସାଂସଦଙ୍କ ଗଣନିଲମ୍ବନ ଘଟଣାକୁ ଗଣତନ୍ତ୍ରର ହତ୍ୟା ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। ସଂସଦକୁ ବିରୋଧୀମୁକ୍ତ କରିବା ପାଇଁ ପ୍ରୟାସ କରାଯାଉଛି, ଯାହାଦ୍ୱାରା ବିନା କୌଣସି ବାଧାରେ ବିଲ୍ ପାସ୍ ହୋଇପାରିବ ବୋଲି ସେମାନେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ