ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୧୩ରେ ପ୍ରେରଣ ହେବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଜୁଲାଇ ୧୩ ତାରିଖରେ ଚନ୍ଦଯାନ-୩ ଉତ୍‌କ୍ଷେପଣ କରାଯିବ। ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ, ଜୁଲାଇ ୧୩ରେ ଏହା ଉତ୍‌କ୍ଷେପଣ କରାଯିବାକୁ ସ୍ଥିର ହୋଇଛି ଏବଂ ପ୍ରକ୍ରିୟା ଜୁଲାଇ ୧୯ ପର୍ଯ୍ୟନ୍ତ ଚାଲିପାରେ। ସୋମନାଥ କହିଛନ୍ତି, ସେମାନେ ଚନ୍ଦ୍ରରେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂରେ ଏଥର ସଫଳ ହେବେ। ଜୁଲାଇ ୧୩ ହେଉଛି ଉତ୍‌କ୍ଷେପଣର ପ୍ରଥମ ସମ୍ଭାବ୍ୟ ତାରିଖ, ଯାହା ଜୁଲାଇ ୧୯ ଯାଏ ଚାଲିପାରେ। ଜୁଲାଇ ୧୨ରୁ ୧୯ ହେଉଛି ଗୁରୁତ୍ବପୂର୍ଣ୍ଣ ସମୟ।

ଭାରତର ସବୁଠୁ ଓଜନଦାର ଲଞ୍ଚ ଭେହିକ୍‌ଲ ଜିଏସ୍‌ଏଲ୍‌ଭି ଏମ୍‌କେ-୩ ସାହାଯ୍ୟରେ ଏହାକୁ ଉତ୍‌କ୍ଷେପଣ କରାଯିବ। ଚନ୍ଦ୍ରଯାନ ସିରିଜ୍‌ର ଏହା ହେଉଛି ତୃତୀୟ ସଂସ୍କରଣ। ଏପର୍ଯ୍ୟନ୍ତ ଆମେରିକା, ରୁଷ୍ ଓ ଚୀନ୍ ତିନୋଟି ଦେଶ ଚନ୍ଦ୍ରପୃଷ୍ଠକୁ ମହାକାଶଯାନ ପ୍ରେରଣ କରିଛନ୍ତି। ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିବାକୁ ଯାଉଛି। ଚନ୍ଦ୍ରଯାନ-୩ରେ ଉଭୟ ଲ୍ୟାଣ୍ଡର-ରୋଭର ରହିବ। ଚନ୍ଦ୍ରଯାନ-୨ ସହ ଯେଉଁ ଅର୍ବିଟର ଲଞ୍ଚ କରାଯାଇଥିଲା ତାହାକୁ ମଧ୍ୟ ଏହା ବ୍ୟବହାର କରିବ। ଅର୍ବିଟରଟି ଏବେ ଚନ୍ଦ୍ର ଚାରିପଟେ ବୁଲୁଛି ଏବଂ ଚନ୍ଦ୍ରପୃଷ୍ଠର ବୈଜ୍ଞାନିକ ତଥ୍ୟ ସଂଗ୍ରହ କରୁଛି। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଦୂର ଅଞ୍ଚଳଗୁଡ଼ିକ ଉପରେ ଅନୁଧ୍ୟାନ କରିବ ବୋଲି ସୋମନାଥ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ