ରାଜ୍ୟ ସ୍ପେଶାଲ ରିପୋର୍ଟ

୧୩ରୁ ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସମ୍ବଲପୁର/ବୁର୍ଲା: ଭତ୍ତା ବୃଦ୍ଧି, ପେନସନ୍, ମିନି ଅଙ୍ଗନବାଡି କର୍ମୀଙ୍କୁ କର୍ମୀର ମାନ୍ୟତା, କର୍ମୀ ଓ ସହାୟିକାଙ୍କୁ ଶ୍ରମିକର ମାନ୍ୟତା, ସେବା ନିବୃତ କର୍ମୀ ତଥା ମୃତ୍ୟୁ ବରଣ କରିଥିବା କର୍ମୀ ପରିବାର ବର୍ଗଙ୍କୁ ୫ ଲକ୍ଷ ସହାୟତା ଦେବା ଦାବିରେ ଆସନ୍ତା ମାର୍ଚ୍ଚ ୧୩ ତାରିଖରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଅନିର୍ଦ୍ଦିଷ୍ଟ କାଳ ଦିବାରାତ୍ର ଆନ୍ଦୋଳନକୁ ଓହ୍ଲେଇବେ। ରବିବାର ସମ୍ବଲପୁର ସାମ୍ବାଦିକ ସଂଘଠାରେ ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ବରେ ଅନୁଷ୍ଠିତ ପଶ୍ଚିମ ଓଡିଶାସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭାରେ ଏହି ନିଷ୍ପତ୍ତି ହୋଇଛି।

ବରିଷ୍ଠ ଉପସଭାପତି ରୁକ୍ମିଣୀ ଜୁଆଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ, ଲିଲି ମିଶ୍ର, ଦିଶିଲା ଧୁରୁଆ, ବାଳକୃଷ୍ଣ ଭୋଇ, ପ୍ରମିଳା ସିଂହ, କ୍ଷିତିସୁତା ମିଶ୍ର, କନକ ପ୍ରଧାନ, ରଞ୍ଜିତା କେର‌େକଟା, ନିତମ୍ବ ଦାସ ପ୍ରମୁଖ ଏହି ନିଷ୍ପତ୍ତି ନେଇଥିଲେ। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ସରକାର ପୂର୍ବରୁ ଯାହା ଭତ୍ତା ବୃଦ୍ଧି କରିଛନ୍ତି ତାହା ସମୁଦ୍ରକୁ ଶଙ୍ଖେ। ଦରଦାମ୍ ଯେଭଳି ବଢ଼ିବଢ଼ି ଚାଲିଛି ସେଥିରେ ଚଳିବା କଷ୍ଟକର। ଅପରପକ୍ଷରେ ଦୈନନ୍ଦିନ କାର୍ଯ୍ୟ ଭାର ବଢି ବଢି ଚାଲିଛି। ତେଣୁ ଶ୍ରମ ସମିଳନୀରେ ୨୬ ହଜାର ଭତ୍ତା, ଅବସର ବୟସ ୬୫ କରିବା, ଗ୍ରାମ କଲ୍ୟାଣ ସମିତିରୁ ବାଦ ଦେବା ପାଇଁ ସଂଘ ଦାବି କରି ଆସୁଛି। ସରକାର ତୁରନ୍ତ ସମସ୍ୟାର ସମାଧାନ ନକଲେ ୧୩ ମାର୍ଚ୍ଚରୁ ଅଙ୍ଗନବାଡି କର୍ମୀ ଓ ସହାୟିକା ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।