ଖେଳ ଦେଶ ବିଦେଶ

୧୨ କୋଟି ୨୫ ଲକ୍ଷରେ ବିକ୍ରି ହେଲେ ଶ୍ରେୟସ ଆୟର, କିଣିଲା କେକେଆର

ନୂଆଦିଲ୍ଲୀ,୧୨/୦୨: ଯାହା ଆଶା କରାଯାଉଥିଲା, ତାହା ହେଲା । ଆଇପିଏଲ ନିଲାମୀରେ ଚଢା ଦରରେ ବିକ୍ରି ହେଲେ ଶ୍ରେୟସ ଆୟର । ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କୁ କୋଲକାତା ନାଇଟ୍ ରାଇଡର୍ସ ୧୨.୨୫ କୋଟିରେ କିଣିଛି । ପୂର୍ବ ବର୍ଷ ତୁଳନାରେ ୭୫ ପ୍ରତିଶତ ଅଧିକ ଦାମରେ ଶ୍ରେୟସ ବିକ୍ରି ହୋଇଛନ୍ତି ।

ପୂର୍ବଥର ଶ୍ରେୟସଙ୍କୁ ଦିଲ୍ଲୀ ୭ କୋଟି ଟଙ୍କାରେ ରିଟେନ୍ କରିଥିଲା । ଆଶା ଅନୁସାରେ ସେ ଅଧିକ ଦାମରେ ବିକ୍ରି ହୋଇଛନ୍ତି । ପ୍ରଥମେ ଆରସିବି ଆୟାରଙ୍କ ପାଇଁ ବିଡିଂ ଡାକିଥିଲା । ପରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଟକ୍କର ହୋଇଥିଲା । ଶେଷରେ କୋଲକାତା ୧୨ କୋଟି ୨୫ ଲକ୍ଷରେ ଆୟରଙ୍କୁ ନିଜ ଦଳରେ ନେଇଥିଲା ।

ଗତ ସିଜିନ ତୁଳନାରେ ଆୟର ୫ କୋଟି ୨୫ ଲକ୍ଷ ଟଙ୍କା ଫାଇଦାରେ ରହିଛନ୍ତି । ସେ ଚଳିସ ସିଜିନର ସବୁଠାରୁ ଦାମୀ କ୍ରିକେଟର ହେବେ ବୋଲି କୁହାଯାଉଛି । ଏବେସୁଦ୍ଧା ତାଙ୍କଠୁ ଅଧିକ ଦାମରେ କେହି ବିକ୍ରି ହୋଇ ନାହାଁନ୍ତି । ଅନେକ ଫ୍ରାଞ୍ଚାଇଜ୍ ତାଙ୍କୁ ଦଳରେ ନେବାକୁ ଚେଷ୍ଟା କରିଥିଲେ । ଏବେ କେକେଆରରେ ଶ୍ରେୟସ ସାମିଲ ହେଲା ପରେ ତାଙ୍କୁ ଅଧିନାୟକ ଭାର ଦିଆଯାଇ ପାରେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ