ଅପରାଧ ଦେଶ ବିଦେଶ

୧୨୦୦ ଛାତ୍ରଙ୍କୁ ଖାଦ୍ୟରେ ଦିଆଗଲା ବିଷ! ସେମାନଙ୍କ ଦୋଷ ଥିଲା ଏତିକି ଯେ…

ବ୍ୟୁରୋ: ଇରାନରେ ତେଜିଥିବା ହିଜାବ ବିରୋଧୀ ଆନ୍ଦୋଳନ ଭିତରେ ଏକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି । ସରକାର ବିରୋଧୀ ହିଜାବ ଆନ୍ଦୋଳନରେ ସାମିଲ ହେଲେ ବୋଲି ଇରାନ ସରକାର ରଚିଲେ ସାଙ୍ଘାତିକ ଷଡଯନ୍ତ୍ର । ୧୨୦୦ ଛାତ୍ରଙ୍କୁ ଖାଦ୍ୟରେ ଦେଇଥିଲେ ବିଷ । ସେମାନଙ୍କ ଦୋଷ କେବଳ ଏତିକି ଯେ, ସେମାନେ ହିଜାବ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ହେଲେ ଭାଗ୍ୟ ସେମାନଙ୍କ ସାଥ୍ ଦେଇଥିଲା । ମୃତ୍ୟୁରୁ ବଞ୍ଚିଯାଇଥିଲେ ହେଲେ ସେମାନଙ୍କ ସ୍ୱାସ୍ଥ୍ର‌୍ୟ ଖରାପ ହୋଇଯାଇଥିଲା । ଏବେ ଏହି ସତ ସାମ୍ନାକୁ ଆସିବା ପରେ ଇରାନରେ ଉତ୍ତେଜନା ଦେଖାଦେଇଛି ।

ଇରାନ୍ ନ୍ୟାସନାଲ ଷ୍ଟୁଡେଣ୍ଟ ଆସୋସିଏସନ୍ ତଥ୍ୟ ଅନୁସାରେ, ପାଖାପାଖି ୧୨୦୦ ଛାତ୍ରଙ୍କୁ ବିଷାକ୍ତ ଖାଦ୍ୟ ଦିଆଯାଇଥିଲା । ଏହାଦ୍ୱାରା ସେମାନଙ୍କର ଫୁଡ୍ ପଏଜନିଙ୍ଗ ହେବା ସହ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇଥିଲା । ଏହି ଘଟଣାକୁ ନେଇ ଛାତ୍ର ସଙ୍ଗଠନଗୁଡିକ ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଅନ୍ୟ କିଛି ସରକାରୀ କଲେଜ ଓ ୟୁନିଭର୍ସିଟିିର ଛାତ୍ରଛାତ୍ରୀ ଖାଦ୍ୟ ଖାଇବାକୁ ମନା କରିଦେଇଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ