ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୧୨ଟି ଦେଶରେ ଚିହ୍ନଟ ହେଲେଣି ମଙ୍କିପକ୍ସ ରୋଗୀ, ଡବ୍ଲୁଏଚଓର ଚେତାବୀନ- ବିଶ୍ବସ୍ତରରେ ବ୍ୟାପିପାରେ ଏହି ରୋଗ

ନୂଆଦିଲ୍ଲୀ ୨୩।୫: ୧୨ଟି ଦେଶରେ ପ୍ରାୟ ୯୨ ଜଣ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ସ୍ପଷ୍ଟ କରିଛି । ଡବ୍ଲୁଏଚଓ ଏହା ମଧ୍ୟ ଚେତାବନୀ ଦେଇଛି ଯେ ଆଗାମୀ ସମୟରେ ଏହି ଭାଇରସ୍ ବିଶ୍ବ ସ୍ତରରେ ବ୍ୟାପିପାରେ । ସୂଚନା ଅନୁସାରେ ଆମେରିକା, କାନାଡା, ଅଷ୍ଟ୍ରେଲିଆ, ୟୁକେ, ସ୍ପେନ୍, ପର୍ତ୍ତୁଗାଲ, ଜର୍ମାନୀ, ବେଲଜିୟମ, ଫ୍ରାନ୍ସ, ନେଦରଲ୍ୟାଣ୍ଡ, ଇଟାଲୀ ଏବଂ ସ୍ବିଡେନରେ ମଙ୍କିପକ୍ସ ଭାଇରସ୍ ଦ୍ବାରା ଲୋକ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି । ଯଦିଓ ଏପର୍ଯ୍ୟନ୍ତ ଏହି ମାମଲାରେ କାହାରି ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇନାହିଁ । ଡବ୍ଲୁଏଚଓ ଅନୁସାରେ ୨୧ ମେ’ ଯାଏଁ ୯୨ ଲ୍ୟାବ୍‌ରେ ମଙ୍କିପକ୍ସ ଭାଇରସ୍ ସଂକ୍ରମିତ ସାମ୍ପୁଲ ସ୍ପଷ୍ଟ ହୋଇସାରିଛି । ଏହା ବ୍ୟତୀତ ୨୮ ସନ୍ଦିଗ୍ଧ ମାମଲାର ଯାଞ୍ଚ ଚାଲିଛି ।

ଡବ୍ଲୁଏଚଓ ଅନୁସାରେ କୌଣସି ଟ୍ରାଭେଲ ହିଷ୍ଟ୍ରି ନଥିବା ଲୋକଙ୍କଠାରେ ମଙ୍କିପକ୍ସ ଭାଇରସ୍ ଚିହ୍ନଟ ହେବା ଚିନ୍ତାଜନକ ବିଷୟ ହୋଇଛି । ସୂଚନା ଅନୁସାରେ ମଙ୍କିପକ୍ସ ଭାଇରସ୍ ସେହି ଲୋକଙ୍କଠାରେ ବ୍ୟାପୁଛି ଯେଉଁମାନେ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କର ବ୍ୟବହୃତ ପୋଷାକ କିମ୍ବା ଟାଓ୍ବେଲ ସଂସ୍ପର୍ଶରେ ଆସୁଛନ୍ତି । ଡବ୍ଲୁଏଚଓ ଫ୍ରଣ୍ଟଲାଇନ୍ ଓ୍ବାର୍କର ଏବଂ ଅନ୍ୟ ସ୍ବାସ୍ଥ୍ୟ କର୍ମୀମାନଙ୍କ ସୁରକ୍ଷା ପାଇଁ ମଧ୍ୟ ଚିନ୍ତା ପ୍ରକଟ କରିଛି । କାରଣ ଏହି ଭାଇରସ୍ ରୋଗୀଙ୍କ ସମ୍ପର୍କରେ ଆସୁଥିବା ଲୋକଙ୍କଠାରେ ଦ୍ରୁତ ଗତିରେ ବ୍ୟାପୁଛି । ଏମିତିରେ ସଫେଇ କର୍ମଚାରୀ ଏବଂ ସ୍ବାସ୍ଥ୍ୟ କର୍ମୀ ସଂକ୍ରମିତ ହେବାର ଅଧିକ ବିପଦ ରହିଛି ।

ସୂଚନା ଅନୁସାରେ, ମଙ୍କିପକ୍ସ ଏକ ଭାଇରାଲ ଜୁନୋସିସ୍, ଚିକେନ୍ ପକ୍ସରେ ଦେଖାଯାଉଥିବା ଲକ୍ଷଣ ଏଥିରେ ଦେଖାଯାଏ । ଯେଉଁମାନଙ୍କୁ ମଙ୍କିପକ୍ସ ହେଉଛି ସେମାନଙ୍କଠାରେ ଜ୍ବର, ମାଂସପେଶୀରେ ଯନ୍ତ୍ରଣା, ଥଣ୍ଡା ଲାଗିବା, ଥକ୍କାପଣ ଏବଂ ହାତ ଓ ମୁହଁରେ ଚିକେନ୍ ପକ୍ସ ଭଳି ଦାନା ଦାନା ଭଳି ଲକ୍ଷଣ ଦେଖାଯାଇଥାଏ । ଯଦିଓ ଚିକେନ୍ ପକ୍ସର ଟୀକା ଏହି ଭାଇରସ୍‌ ସହ ଲଢେଇ କରିବାରେ ୮୫ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବୀ ହୋଇଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ