ଅପରାଧ ରାଜ୍ୟ

୧୦ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ, ୪ ଗିରଫ

ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନାର ଏକ ସ୍ବତନ୍ତ୍ର ପୁଲିସ ଟିମ୍‌ ୧୦ ଲକ୍ଷ ୫୦ ହଜାର ୪ଶହ ଟଙ୍କାର ନକଲି ନୋଟ୍‌ ଜବତ କରିବା ସହ ଏଥିରେ ସଂପୃକ୍ତ ୪ ଜଣଙ୍କୁ ଧରିବାରେ ସଫଳ ହୋଇଛି। ରବିବାର ପୁଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ ସହର ନିକଟସ୍ଥ ନାରେନ ଗ୍ରାମର ଦୁର୍ଗାମନ୍ଦିର ପାର୍ଶ୍ୱରେ ଅଭିଯୁକ୍ତମାନେ ନକଲି ନୋଟ୍‌ କାରବାର ପାଇଁ ଏକତ୍ରିତ ହୋଇଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟିଟିଲାଗଡ଼ ପୁଲିସର ଏକ ସ୍ବତନ୍ତ୍ର ଟିମ୍ ଚଢ଼ଉ କରିଥିଲା। ସେଠାରୁ ୧୦ ଲକ୍ଷ ୫୦ ହଜାର ୪୦୦ ଟଙ୍କାର ନକଲି ନୋଟ୍‌, ୧ ଲକ୍ଷ ୧୨ ହଜାର ୨୦ ଟଙ୍କାର ଅସଲି ନୋଟ୍‌, ୪ଟି ମୋବାଇଲ ଫୋନ୍ ଓ ୩ଟି ବାଇକ ଜବତ କରିଛି।

ଏଥି ସହ ‌ଏଥି‌ରେ ସମ୍ପୃକ୍ତ ମୁରିବାହଲ ବ୍ଲକ୍ ଲଖନା ପଞ୍ଚାୟତ ସିଲେଟପଡ଼ା ଗ୍ରାମର କ୍ଷୀରୋଦ୍ର ରଣା, କଳାହାଣ୍ଡି ଜିଲ୍ଲା କେଗାଁର କେଶବ ଭୋଇ ଓ ଛବିଲାଲ ବାଗ, ତୁର୍ପି ଗ୍ରାମର ତୁରାଙ୍ଗ ବାଗଙ୍କୁ ଗିରଫ କରିଥିବା ପୁଲିସ ସୂଚନା ଦେଇଛି। ଏହି ଘଟଣାରେ କଣ୍ଟାବାଞ୍ଜିର ଜଣେ ବ୍ୟବସାୟୀଙ୍କୁ ମଧ୍ୟ ଟିଟିଲାଗଡ଼ ଥାନାକୁ ଆଣି ପଚରାଉଚରା କରାଯାଇଥିଲା। ତେବେ ତାଙ୍କ ଘଟଣା ସହ ସଂପୃକ୍ତି ନ ଥିବାରୁ ଛାଡ଼ି ଦିଆଯାଇଛି। ଅନ୍ୟ ୪ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଘଟଣା ସମ୍ପର୍କରେ ଅନୁସନ୍ଧାନ ଜାରି ରହିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଡିଏସ୍‌ପି ଅଙ୍କିତା କୁମ୍ଭାର, ଥାନା ଅଧିକାରୀ ରଞ୍ଜନ ବରିହାଙ୍କ ସହ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ। କୋର୍ଟରେ ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର ହେଇଥିବା ବେଳେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

ନିୟମିତ ବ୍ୟବଧାନରେ ଟିଟିଲାଗଡ଼ ସହର ମଧ୍ୟରେ ନକଲି ନୋଟ କାରବାର ଘଟଣା ସାମ୍ନାକୁ ଆସୁଛି। ଏହି କାରବାରର ଚେର ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରାୟପୁର ସହରକୁ ଲମ୍ବିଥିବା ନଜିର ରହିଛି। ଟିଟିଲାଗଡ ସହର ମହାରାଜ ସାଗର ନିକଟରେ ଥିବା ପାର୍କ ପରିସରରୁ ଗତ ଫେବ୍ରୁଆରି ମାସ ୨ ତାରିଖ ରାତିରେ ଏସ୍‌ଟିଏଫ୍‌ ଟିମ୍ ଚଢ଼ଉ କରି ୩୧ ଲକ୍ଷ ୨୭ ହଜାର ୫୦୦ ଟଙ୍କାର ନକଲି ନୋଟ୍‌ ଜବତ କରିବା ସହ କଣ୍ଟାମାଳର ଜଣେ ଯୁବକଙ୍କୁ ଗିରଫ କରିଥିଲା। ସହର ମଧ୍ୟରୁ ଏତେ ପରିମାଣରେ ନକଲି ଟଙ୍କା ଜବତ ହୋଇଥିବା ବେଳେ ଏହି ଟଙ୍କା ସହରର କାହା ପାଖକୁ ଆସିଥିଲା ଓ ଏହି କାରବାରରେ ସ୍ଥାନୀୟ ଅଞ୍ଚଳର କେଉଁମାନେ ସଂପୃକ୍ତ ତାହା ଆଜି ଯାଏ କେବଳ ଅନୁସନ୍ଧାନରେ ସୀମିତ ରହିଯାଇଥିବା ଅଭିଯୋଗ ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।