ଦେଶ ବିଦେଶ ପର୍ଯ୍ୟଟନ

୧୦ ବର୍ଷର ରେକର୍ଡ ଭାଙ୍ଗିଲା: କାଶ୍ମୀରରେ ୧.୮ ଲକ୍ଷ ପର୍ଯ୍ୟଟକ

ଶ୍ରୀନଗର: ଜମ୍ମୁ କାଶ୍ମୀରର ପର୍ଯ୍ୟଟନ ବିଭାଗଠାରୁ ମିଳିଥିବା ତଥ୍ୟ ଅନୁସାରେ ଚଳିତ ବର୍ଷ ମାର୍ଚ୍ଚ ମାସର ପର୍ଯ୍ୟଟକଙ୍କ ସଂଖ୍ୟା କାଶ୍ମୀରର ଗତ ୧୦ ବର୍ଷର ରେକର୍ଡ ଭାଙ୍ଗିଛି। କାଶ୍ମୀରର ପର୍ଯ୍ୟଟନ ନିର୍ଦ୍ଦେଶକ ଜି.ଏନ୍. ଇତୁ କହିଛନ୍ତି ଯେ କାଶ୍ମୀରରେ ବିଭିନ୍ନ ଋତୁର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯାଉଥବା ବେଳେ ଏହା ପ୍ରଥମ ଥର ବସନ୍ତ ଋତୁ ପାଇଁ ପ୍ରୋତ୍ସାହିତ କରିଛି। ତଥ୍ୟ ଅନୁସାରେ ଗତ ଜାନୁଆରି ଏବଂ ଫେବୃଆରି ମାସରେ ପ୍ରାୟ ୧,୬୨,୬୬୪ ଜଣ ଭାରତୀୟ ଏବଂ ୪୯୦ ବିଦେଶୀ ପର୍ଯ୍ୟଟକ କାଶ୍ମୀର ପରିଦର୍ଶନ କରିଛନ୍ତି। ୨୦୨୨ର ପ୍ରଥମ ତିନିମାସ ମଧ୍ୟରେ ଗୁଲମାର୍ଗ, ସୋନମାର୍ଗ ଏବଂ ପହଲଗାମରେ ତୁଷାରପାତ ଦେଖିବା ପାଇଁ ପ୍ରାୟ ୩ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସିଥିଲେ। ଟୁଲିପ୍ ଗାର୍ଡେନ୍ ଖୋଲିବାର ମାତ୍ର ୧୦ ଦିନ ମଧ୍ୟରେ ପ୍ରାୟ ୨ ଲକ୍ଷ ପର୍ଯ୍ୟଟକ ଆସିଥିବା ତଥ୍ୟରେ ଦର୍ଶାଯାଇଛି। ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ପୁଞ୍ଜିନିବେଶକୁ ଦ୍ୱିଗୁଣିତ କରିବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। କୋଭିଡ କଟକଣା କୋହଳ ହେବାପରେ କାଶ୍ମୀର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀରେ ପରିଣତ ହେବା ସହିତ କାଶ୍ମୀର ଏକ ସୁରକ୍ଷିତ ଗନ୍ତବ୍ୟସ୍ଥଳ ବୋଲି ସାରା ଦେଶରେ ଟୁର୍ ଅପରେଟରମାନଙ୍କୁ ଜଣାଇବାରେ ପର୍ଯ୍ୟଟନ ବିଭାଗ ସଫଳ ହୋଇଛି।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ