ଦେଶ ବିଦେଶ ରାଜନୀତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

୧୦ ଫୁଟ୍‌ ତଳକୁ ଖସିଗଲା ଡାକ୍ତରଖାନା ଲିଫ୍‌ଟ୍‌; ସମ୍ଭାବ୍ୟ ଦୁର୍ଘଟଣାରୁ ବର୍ତ୍ତିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ

ଭୋପାଳ: ରବିବାର ଦିନ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଯାଉଥିବା ଲିଫ୍‌ଟ୍‌ଟି ଉପରକୁ ଉଠିବା ପରିବର୍ତ୍ତେ ଅକାମି ହୋଇ ୧୦ ଫୁଟ୍‌ ତଳକୁ ଖସିଯିବାରୁ ସେ ସମ୍ଭାବ୍ୟ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। ତାଙ୍କ ସହ ସେ ଲିଫ୍‌ଟ୍‌ରେ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ଥିଲେ।

କମଲ ନାଥ ଇନ୍ଦୋରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ପୂର୍ବତନ ମନ୍ତ୍ରୀ ରାମେଶ୍ୱର ପଟେଲ୍‌ଙ୍କୁ ଦେଖିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ତାଙ୍କ ସହ ଥିଲେ କଂଗ୍ରେସ ନେତା ସାଜ୍ଜନ ସିଂହ ବର୍ମା ଏବଂ ଜିତୁ ପଟଓ୍ଵାରି। ଡାକ୍ତରଖାନାରେ ପହଞ୍ଚିବା ପରେ ସେମାନେ ଉପରେ ମହଲାରେ ଥିବା ପଟଓ୍ଵାରିଙ୍କ ଓ୍ଵାର୍ଡକୁ ଯିବା ନିମନ୍ତେ ଲିଫ୍‌ଟ୍‌ରେ ପଶିଥିଲେ। କିନ୍ତୁ ଲିଫ୍‌ଟ୍‌ ଉପରକୁ ଯିବା ପରିବର୍ତ୍ତେ ୧୦ ଫୁଟ୍‌ ତଳକୁ ଖସି ଯାଇଥିଲା।


ଏହା ଦେଖି କମଲ ନାଥଙ୍କ ନିରାପତ୍ତା ରକ୍ଷୀମାନେ ତଳ ମହଲାକୁ ଧାଇଁ ଯାଇଥିଲେ। ଲିଫ୍‌ଟ୍‌ର ଦରଜା ଜାମ୍‌ ହୋଇଯାଇଥିଲା। ତୁରନ୍ତ ଜଣେ ଲିଫ୍‌ଟ୍‌ ଇଞ୍ଜିନିୟର୍‌ଙ୍କୁ ଡକାଯାଇ ଲିଫ୍‌ଟ୍‌ ଦରଜା ଭାଙ୍ଗିବା ପରେ କମଲ୍‌ ନାଥ ଓ ଅନ୍ୟ ନେତାମାନଙ୍କୁ ଉଦ୍ଧାର କରାଯାଇଥିଲା। ସୌଭାଗ୍ୟକୁ ଲିଫ୍‌ଟ୍‌ରେ ଥିବା କୌଣସି ନେତା ଆହତ ହୋଇ ନ ଥିଲେ।

ଏହି ଅଘଟଣ କଥା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍‌ ଫୋନ୍‌ କରି କମଲ୍‌ ନାଥଙ୍କୁ କଥା କହିବା ସହ ଘଟଣାର ତଦନ୍ତ ନିମନ୍ତେ ଆଦେଶ ଦେଇଛନ୍ତି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର