ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ: ଦିଲ୍ଲୀର ଆପ୍ ସରକାର ଏବଂ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ମଧ୍ୟରେ ଚାଲିଥିବା ବିବାଦ ଘନେଇବାରେ ଲାଗିଛି। ଆପ୍ ପକ୍ଷରୁ ନିଜ ଦଳର ବିଜ୍ଞାପନକୁ ସରକାରୀ ବିଜ୍ଞାପନ ଭାବେ ସରକାରୀ ଅର୍ଥ ଖର୍ଚ୍ଚ କରି ଛପାଯାଇଛି। ଏଥିପାଇଁ ଆପ୍ଠାରୁ ୧୦ ଦିନ ଭିତରେ ୧୬୩ କୋଟି ୬୨ ଲକ୍ଷ ଟଙ୍କା ଆଦାୟ କରିବା ପାଇଁ ନୋଟିସ ଦିାଯାଇଛି। ୧୦ ଦିନ ଭିରେ ଆପ୍ ଏହି ଅର୍ଥ ପ୍ରଦାନ ନକରିଲେ ତାହାର କାର୍ଯ୍ୟାଳୟକୁ ସିଲ୍ କରି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଇନଫର୍ମେସନ ଆଣ୍ଡ୍ ପବ୍ଲିସିଟି (ଡିଆଇପି) ନିର୍ଦ୍ଦେଶାଳୟ ପକ୍ଷରୁ ଉକ୍ତ ନୋଟିସ ଜାରି କରାଯାଇଛି।
ଉଲ୍ଲେଖଯୋଗ୍ୟ, ପ୍ରାୟ ମାସକ ତଳେ ଉପରାଜ୍ୟପାଳ ଭିକେ ସାକସେନା ମୁଖ୍ୟ ସଚିବଙ୍କୁ ଏକ ନିର୍ଦ୍ଦେଶ ଦେଇଥିଲେ। ଆପ୍ ନିଜ ଦଳର ବିଜ୍ଞାପନକୁ ସରକାରୀ ବିଜ୍ଞାପନ ଭାବେ ଛାପି ଥିବାରୁ ଦଳଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ କୁହାଯାଇଥିଲା। ଯଦି ଆପ୍ର ଆବାହକ ଅରବିନ୍ଦ କେଜ୍ରିୱାଲ ଏହି ଅର୍ଥ ଦେବାରେ ବିଫଳ ହୁଅନ୍ତି ତାହେଲେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ଦଳର ସଂପତ୍ତି ଜବତ କରାଯିବ ବୋଲି ପୂର୍ବ ଆଦେଶରେ କହିଥିଲେ।
ଆପ୍ ମୋଟ ରାଶି ମଧ୍ୟରୁ ୯୯.୩୧ କୋଟି ଟଙ୍କା ୨୦୧୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦିଆଯାଇଥିବା ବିଜ୍ଞାପନ ଏବଂ ୬୪.୩୧ କୋଟି ଟଙ୍କା ସୁଧ ଓ ଜରିମାନା ବାବଦରେ ଦେବ। ଉକ୍ତ ନୋଟିସ ପରେ ଆପ୍ ନେତା ତଥା ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଉପରାଜ୍ୟପାଳ ଏବଂ ବିଜେପି ଦ୍ବାରା ଅଧିକାରୀମାନଙ୍କୁ ଆପ୍ ବିରୋଧରେ ଲଗାଯାଉଛି ବୋଲି ସେ କହିଛନ୍ତି। ନିର୍ବାଚିତ ମନ୍ତ୍ରୀ ଏବଂ ଶାସକ ଆପ୍କୁ ଟାର୍ଗେଟ କରିବା ସହ ବିଭିନ୍ନ ଉପାୟରେ ଶାସନକୁ ସେମାନେ ନିୟନ୍ତ୍ରଣ କରିବାକୁ ଚାହୁଛନ୍ତି ବୋଲି ସିସୋଦିଆ ଅଭିଯୋଗ କରିଛନ୍ତି। ବିଜେପିକୁ ସମାଲୋଚନା କରି ସେ କହିଛନ୍ତି, ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଦିଲ୍ଲୀର ଖବରକାଗଜ, ହୋର୍ଡିଂରେ ଫଟୋ ଥାଇ ପ୍ରଚାର କରୁଛନ୍ତି। ବିଜେପି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏ ବାବଦ ଅର୍ଥ ଆଦାୟ ହେବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ବିଜେପି ପ୍ରବକ୍ତା ଶେହନାଜ ପୁନାୱାଲା କହିଛନ୍ତି, ଭିକ୍ଟିମ କାର୍ଡ ଖେଳିବା ପରିବର୍ତ୍ତେ ଆପ୍ ତୁରନ୍ତ ଅର୍ଥ ପଇଠ କରିବା ଆବଶ୍ୟକ। ଆପ୍କୁ ସେ ‘ଔର୍ ଆଡଭର୍ଟାଇଜମେଣ୍ଟ୍-ୱାଲି ପାର୍ଟି’ ବୋଲି କହିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l