ପର୍ଯ୍ୟଟନ ରାଜ୍ୟ

୧୦ ଦିନ ପାଇଁ ବନ୍ଦ ରହିବ ଭିତରକନିକା, ଏହିଦିନ ଠାରୁ ପର୍ଯ୍ୟଟକଙ୍କୁ ମନା

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ୧୦ ପର୍ଯ୍ୟନ୍ତ ବନ୍ଦ ରହିବ । ଏହି ସମୟରେ ଭିତରକନିକାରେ ବିରଳ ବଉଳା କୁମ୍ଭୀର ଗଣନା କାର୍ଯ୍ୟ କରାଯିବ । ଭିତରକନିକା ଜାତୀୟ ଉଦ୍ୟାନ ଓ ଅନ୍ୟ ନଦୀନାଳରେ ରହିଥିବା କୁମ୍ଭୀରମାନଙ୍କୁ ମଧ୍ୟ ଗଣନାରେ ସାମିଲ କରାଯିବ । କୁମ୍ଭୀର ଗଣନା କାର୍ଯ୍ୟ ଜାରି ରହିଥିବା ସମୟରେ ଏହି ଜାତୀୟ ଉଦ୍ୟାନକୁ ଦେଶ ବିଦେଶର ସମସ୍ତ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।

ତେବେ ସୂଚନା ମୁତାବକ, ଆସନ୍ତା ଜାନୁଆରୀ ୨ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ବନ୍ଦ ରହିବ । କୁମ୍ଭୀର ଗଣନା ପାଇଁ ପ୍ରତ୍ୟେକ ବର୍ଷ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ କିଛିଦିନ ବନ୍ଦ ରହିଥାଏ । ୨୦୨୧ ଜାନୁଆରୀରେ ହୋଇଥିବା ଗଣନା ଅନୁଯାୟୀ ଭିତରକନିକାରେ ମୋଟ ୧୭୬୮ଟି ବଉଳା କୁମ୍ଭୀର ରହିଥିଲେ । କୁମ୍ଭୀର ସେଶାଲିଷ୍ଟ ଡା. ସୁଧାକର କରଙ୍କ ନେତୃତ୍ୱରେ ଏହି କୁମ୍ଭୀରମାନଙ୍କ ଗଣନା ପ୍ରକ୍ରିୟା ଆରମ୍ଭ କରାଯିବ । ତେବେ ଦିନ ଓ ରାତ୍ରି ସମୟରେ ଏହି କାର୍ଯ୍ୟ ଜାରି ରହିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ