ରାଜ୍ୟ ସ୍ପେଶାଲ ରିପୋର୍ଟ

୧୦ ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ସମସ୍ତ ଜିଲ୍ଲାରେ ହାଇକୋର୍ଟଙ୍କ ଭିଡିଓ କନଫରେନ୍ସିଂ (ଭିସି) କ୍ୟାବିନ ପ୍ରତିଷ୍ଠା କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରାଥମ ପର୍ଯ୍ୟାୟରେ ୧୦ଟି ଜଜ୍‌ସିପରେ ଏହା ଆରମ୍ଭ ହେବାକୁ ଯାଉଛି। ଫେବ୍ରୁଆରି ୩ରେ ବାଲେଶ୍ବର, ବ୍ରହ୍ମପୁର (ଗଞ୍ଜାମ), ଭଦ୍ରକ, ଭବାନୀପାଟଣା (କଳାହାଣ୍ଡି), ଭୁବନେଶ୍ବର (ଖୋର୍ଦ୍ଧା), ବଲାଙ୍ଗୀର, ଜୟପୁର (କୋରାପୁଟ), ପୁରୀ, ରାଉରକେଲା(ସୁନ୍ଦରଗଡ଼), ସମ୍ବଲପୁରରେ ଭର୍ଚୁଆଲ ହାଇକୋର୍ଟ ଉଦଘାଟନ ହେବ ବୋଲି ସୂଚନା ମିଳିଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ଡିସେମ୍ବର ୧୪ର ନିର୍ଦ୍ଦେଶ ପାଳନ କରି ରାଜ୍ୟର ସମସ୍ତ ୩୦ଟି ଜଜ୍‌ସିପରେ ଉତ୍ସର୍ଗୀକୃତ ଭିସି କ୍ୟାବିନ ପ୍ରତିଷ୍ଠା ପାଇଁ ହାଇକୋର୍ଟ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭିସି କ୍ୟାବିନ ପ୍ରତିଷ୍ଠା କରାଯିବ। ଏହି ସବୁ ସ୍ଥାନରେ ଭିସି କ୍ୟାବିନ କିଭଳି ଠିକରେ କାର୍ଯ୍ୟ କରିବ ସେଥି ପାଇଁ କର୍ମଚାରୀଙ୍କୁ ନିୟୋଜନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଭିସି କ୍ୟାବିନରେ ଇ-ଫାଇଲିଂ, ମେନ୍‌ସନିଂ, ରିମୁଭାଲ ଅଫ୍ ଡିଫେକ୍ଟସ୍, ମାମଲାର ଭର୍ଚୁଆଲ ଶୁଣାଣି, ସାର୍ଟିଫାଏଡ କପି ମଞ୍ଜୁର ଓ ଅନ୍ୟାନ୍ୟ ବ୍ୟବସ୍ଥା ଏସଓପି ଅନୁସାରେ ରହିବ। ଏହି ସବୁ ଭିସି କ୍ୟାବିନ ଭର୍ଚୁଆଲ ହାଇକୋର୍ଟ ଭଳି କାର୍ଯ୍ୟ କରିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।