ରାଜ୍ୟ

୧୦୮ ନଡ଼ିଆ ଭୋଗଲାଗି କଲେ ବୃଦ୍ଧା: ଆଳତି ବେଳେ ମା ତାରିଣୀଙ୍କ ଆଗରେ ଉଡ଼ିଗଲା ପ୍ରାଣବାୟୁ

ଘଟଗାଁ: ଘଟଗାଁ ମା ତାରିଣୀ ମନ୍ଦିରରେ ଅଭାବନୀୟ ଘଟଣା। ଆଜି ମଙ୍ଗଳବାର ହୋଇଥିବା କାରଣରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମା ତାରିଣୀଙ୍କର ସକାଳ ଆଳତି ଚାଲିଥିଲା। ସେତିକି ବେଳେ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ମୃତା ବୃଦ୍ଧାଙ୍କ ନାମ ସରସ୍ବତୀ ବେହେରା। ତାଙ୍କର ବୟସ ୭୮ ବର୍ଷ ବୋଲି ଜଣାଯାଇଛି।

ସରସ୍ବତୀ ବେହେରାଙ୍କ ଘର ଭୁବନେଶ୍ୱର ପଟିଆ ସ୍ଥିତ କିମ୍ସ ହସ୍ପିଟାଲ ନିକଟରେ। ସେ ନିଜ ଝିଅ ମମତା ସାହୁ ଓ ନିଜ ପରିବାର ସହ ଘଟଗାଁ ଆସିଥିଲେ। ସକାଳେ ମାଙ୍କୁ ୧୦୮ ନଡ଼ିଆ ଭୋଗ ଲାଗି କରିବା ସହ ଆଳତି ଦର୍ଶନ ପାଇଁ ମାଙ୍କ ନିକଟରେ ବସିଥିଲେ। ହଠାତ ତଳେ ଟଳି ପଡ଼ିଥିଲେ ସେ। ତାପରେ ତାଙ୍କୁ ତୁରନ୍ତ ଘଟଗାଁ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ତାଙ୍କର ପୂର୍ବରୁ କୋଣସି ରୋଗ ନଥିଲା। ଏହା ବାର୍ଦ୍ଧକ୍ୟଜନିତ ମୃତ୍ୟୁ ବୋଲି ଅନୁମାନ କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।