ଦେଶ ବିଦେଶ ସ୍ୱାସ୍ଥ୍ୟ

୧୦୫ ଦିନ ପରେ ଭାରତରେ ଦୈନିକ ନୂତନ କରୋନାଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ୪୦,୦୦୦ ତଳକୁ ଖସିଲା

ନୂଆଦିଲ୍ଲୀ: ଦୀର୍ଘ ୧୦୫ ଦିନର ବ୍ୟବଧାନ ପରେ ଦେଶରେ ଦୈନିକ ନୂତନ କରୋନାଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମିତଙ୍କ ରୋଗୀଙ୍କ ସଂଖ୍ୟା ୪୦ ହଜାରରୁ ତଳକୁ ଖସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ନୂତନ ଭାବେ ୩୮,୩୧୦ କରୋନାଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବା ବେଳେ ଏହାକୁ ମିଶାଇ ଦେଶର ମୋଟ ସଂକ୍ରମଣ ମାମଲା ୮୨,୬୭,୬୨୩ରେ ପହଞ୍ଚିଛି। ତେବେ, ୧୦୫ ଦିନ ପରେ ପ୍ରଥମ ଥର ପାଇଁ ଦେଶରେ ଦୈନିକ କରୋନାଭାଇରସ୍‌ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪୦,୦୦୦ ତଳେ ରହିଛି। ସେହିପରି ଦେଶରେ କରୋନା ସକ୍ରିୟ ମାମଲା ଏବଂ କରୋନାରୁ ଆରୋଗ୍ୟ ମାମଲା ମଧ୍ୟରେ ବ୍ୟବଧାନ ଆଜି ୭୦ ଲକ୍ଷ ଅତିକ୍ରମ କରି ଯାଇଛି।

ସଂପ୍ରତି ବିଶ୍ୱର ଅନେକ ରାଷ୍ଟ୍ରରେ କରୋନାଭାଇରସ୍‌ ବା କୋଭିଡ୍‌-୧୯ର ଦ୍ୱିତୀୟ ଲହରି ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିବା ସହ ଚିନ୍ତାର କାରଣ ହୋଇପଡ଼ିଥିବା ବେଳେ ଦେଶରେ ଦୈନିକ କରୋନାଭାଇରସ୍‌ ସଂକ୍ରମିତ ରୋଗୀଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ କିଛିଟା ଆଶ୍ୱସ୍ତି ଆଣି ଦେଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ