ଅପରାଧ ରାଜ୍ୟ

୧୦୫ ଗ୍ରାମ୍ ବ୍ରାଉନସୁଗାର ଜବତ, ଜଣେ ନାବାଳକ ସମେତ ୩ ଗିରଫ

ଭଦ୍ରକ ୩।୮: ବ୍ରାଉନସୁଗାର ଚାଲାଣରେ ଲିପ୍ତ ହେଉଛନ୍ତି ନାବାଳକ । ଗାଡି ଚେକିଂ ସମୟରେ ପୋଲିସ ପଞ୍ଝାରେ ପଡିଛନ୍ତି ବ୍ରାଉନସୁଗାର ବେପାରୀ । ୧୦୫ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହେବା ସହ ୩ ଅଭିଯୁକ୍ତକୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।

ସୂଚନାଯୋଗ୍ୟ ଯେ, ୩ ଜଣ ବାଇକ୍ ଆରୋହୀ ବିନା ହେଲମେଟ୍‌ରେ ବାଲେଶ୍ବର ଆଡୁ ଭଦ୍ରକକୁ ଆସୁଥିଲେ । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଣୀତାଲ ଛକ ନିକଟରେ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଗାଡି ଚେକିଂ କରାଯାଉଥିଲା । ବାଇକ୍ ଆରୋହୀଙ୍କୁ ପୋଲିସ ଚେକିଂ କରିବା ସମୟରେ ସେମାନଙ୍କ ଗତିବିଧିକୁ ଦେଖି ତଲାସୀ କରିଥିଲେ । ତଲାସୀ ବେଳେ ସେମାନଙ୍କ ନିକଟରୁ ୧୦୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ପରେ ଏନେଇ ପୋଲିସ ଅଧିକ ଖୋଳତାଡ଼ କରିବାରୁ ସେମାନଙ୍କ ନିକଟରୁ ୩ ଶହଟି ଖାଲି ବ୍ରାଉନସୁଗାର ପୁଡିଆ, ଛୁରୀ, ବ୍ଲେଡ, ଦୁଇ ହଜାର ଟଙ୍କା ମଧ୍ୟ ପୋଲିସ ଜବତ କରିଥିଲା ।

୩ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ପୋଲିସ ତାଙ୍କ ପରିଚୟ ଅସ୍ପଷ୍ଟ ରଖିଥିବା ବେଳେ, ଅନ୍ୟ ଦୁଇ ଅଭିଯୁକ୍ତ ସ୍ଥାନୀୟ ବଉଳପୋଖରୀ ଅଞ୍ଚଳର ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । ଦୁଇ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ମଧ୍ୟ ମାମଲା ରହିଛି । ବ୍ରାଉନସୁଗାର କେଉଁଠୁ ଆସିଲା ଓ ଏହି ବେପାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।