ରାଜ୍ୟ ସ୍ପେଶାଲ ରିପୋର୍ଟ

୧୦୦ ଫୁଟ୍ ଧସିଲା ବୈତରଣୀ ନଦୀବନ୍ଧ: ଭୟଭୀତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା

ଦଶରଥପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ କମାରଡ଼ିହ ପଞ୍ଚାୟତ ବଳରାମପୁର ଠାରେ ବୈତରଣୀ ନଦୀବନ୍ଧ ପ୍ରାୟ ୧୦୦ ଫୁଟରୁ ଅଧିକ ଲମ୍ବର ଧସି ନଦୀ ଗର୍ଭରେ ଲୀନ ହୋଇଛି। ବନ୍ଧର ୭୫ ଭାଗ ଧସି ନଦୀରେ ଲୀନ ହୋଇଯାଇଛି। ଏହାଫଳରେ ଆଖପାଖ ଅଂଚଳର ୩ଟି ପଂଚାୟତର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ନଦୀ ବନ୍ଧଟି ଧସିବା ଯୋଗୁ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ବନ୍ଧ ପାଶ୍ୱର୍ରେ ଥିବା ପଥର ଓ ବଡ଼ ବଡ଼ ଗଛ ନଦୀ ଭିତରକୁ ଖସି ପଡ଼ିଛି। ଅତି ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ଏଭଳି ହୋଇଥିବା ଅଭିଯୋଗ ହୋଇଛି।

ପ୍ରତିବର୍ଷ ନଦୀବନ୍ଧ ମରାମତି ନାମରେ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ସ୍ଥଳେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ନଦୀବନ୍ଧ ଧସିଯିବାର ପ୍ରମୁଖ କାରଣ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ବୈତରଣୀ ନଦୀବନ୍ଧ ସୁଦୃଢ଼ିକରଣ ପାଇଁ ଜଳସଂପଦ ବିଭାଗ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ କେଉଁ କାରଣରୁ ବନ୍ୟା ସମୟରେ ଏଭଳି ଅଘଟଣ ଘଟିଲା ତାହାକୁ ନେଇ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନାଥାଉକି ଚଳିତ ବର୍ଷ ଜଳସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ବନ୍ଧ ସଂପ୍ରସାରଣ କାର୍ଯ୍ୟଟିକୁ ଠିକାଦରା ନିହାର ମାନ୍ଧାତା କାର୍ଯ୍ୟ କରୁଥିଲେ। ମାତ୍ର ନଦୀବନ୍ଧ ତଳୁ ମାଟି କାଟି ବନ୍ଧ ମରାମତି କରିବା, ବାଲିଆ ମାତିରେ କାର୍ଯ୍ୟ କରିବା ସହ ଠିକ ଭାବରେ ରୋଲିଙ୍ଗ କରାଯାଇନଥିବାରୁ ଏଭଳି ଧସିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଖାଲି ସେତିକୁ ନୁହେଁ, ସମ୍ପୂର୍ଣ୍ଣ ବନ୍ଧ ଅତିନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ସମ୍ପୂର୍ଣ୍ଣ ବନ୍ଧର ନୂଆ ମାଟି ଏବଂ ପୁରୁଣା ମାଟି ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏଣୁ ଏହି କାର୍ଯ୍ୟର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।