ଦେଶ ବିଦେଶ ସ୍ୱାସ୍ଥ୍ୟ

୧୦୦ ନୁହେଁ କେବଳ ୨୩ କୋଟି ଡୋଜ୍ ଟିକାକରଣ ହୋଇଛି: ଶିବସେନା

ମୁମ୍ବାଇ: ୧୦୦ କୋଟି ଡୋଜ୍ ଟିକାକରଣ ପରେ ଏବେ ଉତ୍ସବର ମାହୋଲ ରହିଥିବା ବେଳେ ଶିବସେନା ଏହାକୁ ସହଜରେ ଗ୍ରହଣ କରିପାରୁନି । ଶିବସେନା ସାଂସଦ ସଂଜୟ ରାୱତ ଅଭିଯୋଗ ଆଣିଛନ୍ତି ଯେ, ଦେଶରେ କରୋନା ଭାକସିନ୍ ର ୧୦୦ କୋଟି ଡୋଜ୍ ଲଗାଯାଇଥିବା ଦାବି ହେଉଛି ସମ୍ପୂର୍ଣ୍ଣ ମିଛ । ସେ କହିଛନ୍ତି ଯେ, ଦେଶରେ ଯୋଗ୍ୟ ଲାଭାର୍ଥୀଙ୍କୁ ଏ ପର୍ଯ୍ୟନ୍ତ ୨୩ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇନାହିଁ । ମହାରାଷ୍ଟ୍ରର ନାସିକ୍ ରେ ଶନିବାର ଦିନ ଏକ ପାର୍ଟି ମିଟିଂ ରେ ରାୱତ୍ କହିଛନ୍ତି ଯେ, ଖୁବ୍ ଶୀଘ୍ର ପ୍ରମାଣ ଦେବୁ ଯେ, ୧୦୦ କୋଟି ଡୋଜ୍ ଟିକା ଲଗାଯାଇନାହିଁ, ଏହା ଏକଦମ୍ ମିଛ ।

ରାୱତ୍ କାହାର ବି ନାଁ ନନେଇ କହିଛନ୍ତି ଯେ, “ଆପଣ କେତେ ମିଛ କହିବେ? ଗତ ୧୫ ଦିନରେ ୨୦ ହିନ୍ଦୁ ଓ ଶିଖ୍ ଙ୍କୁ ହତ୍ୟା କରାଯାଇଛି, ୧୭ରୁ ୧୮ ଜୀବନ ସହିଦ୍ ହୋଇଗଲା, ସେହିପରି ଅରୁଣାଞ୍ଚଳ ପ୍ରଦେଶ ଓ ଲଦାଖରେ ଚୀନ ସମସ୍ୟା ହୋଇ ଠିଆ ହୋଇଛି; ହେଲେ ଆମେ ୧୦୦ କୋଟି ଡୋଜ୍ ଭାକସିନ୍ ଲଗାଇଥିବାରୁ ଖୁସି ମନାଉଛେ, ଯାହାକି ମିଛ । ଏହି ଆକଳନ କିଏ ଗଣିଛି?” ।

ତେବେ ରାୱତଙ୍କର ଏହି ବୟାନରେ ମହାରାଷ୍ଟ୍ରର ବିଜେପି ପ୍ରବକ୍ତା କେଶବ ଉପାଧ୍ୟାନ କହିଛନ୍ତି ଯେ, ଶିବସେନା ନେତା ଏପରି ଭିତ୍ତିହୀନ ବୟାନ ଦେବାରେ ମାହିର୍ । ସେ କହିଛନ୍ତି ଯେ, ଯେତେବେଳେ ସଠିକ୍ ବୟାନ ସମସ୍ତଙ୍କ ସାମନାରେ ଅଛି, ସେତେବେଳେ ରାୱତଙ୍କ ବୟାନ ହାସ୍ୟାସ୍ପଦ୍ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ