ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

‘ୟେ ରିସ୍ତା କ୍ୟା କେହଲାତା ହେ’ ଫେମ୍ ଦିବ୍ୟା ଭଟ୍ଟନାଗର ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରରେ ଭର୍ତ୍ତି : କରୋନା‌ରେ ହୋଇଥିଲେ ଆକ୍ରାନ୍ତ

ମୁମ୍ବାଇ ୩୦/୧୧: ଧାରାବାହିକ ‘ୟେ ରିସ୍ତା କ୍ୟା କେହଲାତା ହେ’ରେ ଗୁଲାବୋ ଭୂମିକାରେ ଅଭିନୟ କରିଥିବା ଦିବ୍ୟା ଭଟନାଗର ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଦିବ୍ୟା ସୋସିଆଲ୍ ମିଡିଆ ଜରିଆରେ ଲୋକଙ୍କୁ ପ୍ରାର୍ଥନା କରିବାକୁ ଅପିଲ୍ କରିଥିବାବେଳେ ତାଙ୍କ ମାଆ ଏକ ସାକ୍ଷାତକାରରେ କହିଥିଲେ ​‌ଯେ ତାଙ୍କ କୋଭିଡ -୧୯ ଟେଷ୍ଟ ପଜିଟିଭ ଆସିଛି ଏବଂ ବର୍ତ୍ତମାନ ସେ ଭେଣ୍ଟିଲେଟରରେ ଅଛନ୍ତି।

ଦିବ୍ୟା ସୋସିଆଲ୍ ମିଡିଆରେ ଏକ ଭିଡିଓ କଲ୍‌ର ସ୍କ୍ରିନଶର୍ଟ କରି ଲେଖିଛନ୍ତି ଯେ ,‘ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରନ୍ତୁ। ଆପଣ ସମସ୍ତଙ୍କୁ ବହୁତ ପ୍ରେମ।’ ସ୍କ୍ରିନଶର୍ଟରେ ହସ୍ପିଟାଲର ବେଡରେ ଶୋଇଥିବା ଦିବ୍ୟାଙ୍କୁ ମାସ୍କ ପିନ୍ଧିଥିବା ଦେଖାଯାଉଛି।

ଗୁଡ଼ଗାଓଁରୁ ମୁମ୍ବାଇ ପହଞ୍ଚିଥିବା ଦିବ୍ୟାଙ୍କ ମାଆ କହିଛନ୍ତି ଯେ ଦିବ୍ୟାଙ୍କ ଶରୀରର ତାପମାତ୍ରା ଗତ ୬ଦିନରୁ ବଢ଼ିଥିଲା। ତାଙ୍କୁ ଅସ୍ଥିର ଲାଗିଥିଲା। ସେ ଦିଲ୍ଲୀରୁ ଆସିଥିଲେ ଏବଂ ଘରୁ ଏକ ଅକ୍ସିମିଟର ନେଇ ଆସିଥିଲେ। ତାଙ୍କ ଅକ୍ସିଜେନ୍ ସ୍ତର ଚେକ୍ କରିବାରୁ ଏହା ଯଥେଷ୍ଟ ହ୍ରାସ ପାଇଥିଲା। ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି ଏବଂ ତାଙ୍କ କୋଭିଡ ଟେଷ୍ଟ୍ ପଜିଟିଭ ଆସିଛି।

ଦିବ୍ୟା ଶଶି-ସୁମିତ ପ୍ରଡକ୍ସନ ହାଉସର ଟିଭି ଶୋ ‘ତେରା ୟାର ହୁଁ ମେଁ’ରେ କାମ କରୁଛନ୍ତି। ଏହି ପ୍ରଡକ୍ସନ୍ ହାଉସ୍ ଦିବ୍ୟାଙ୍କ ଚିକିତ୍ସାରେ ଆର୍ଥିକ ସାହାଯ୍ୟ କରୁଛି।

ଦିବ୍ୟାଙ୍କ ମାଆ ତାଙ୍କ ଜ୍ବାଇଁଙ୍କୁ ଠକ କହିଛନ୍ତି। ସେ କହିଥିଲେ ଯେ ସେ ଦିବ୍ୟାଙ୍କୁ ଛାଡ଼ି ଚାଲି ଯାଇଛି ଏବଂ ଦିବ୍ୟାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ନଥିଲା। ‘ୟେ ରିସ୍ତା କ୍ୟା କେହଲାତା ହେ’ ଏବଂ ‘ତେରା ୟାର ହୁଁ ମେଁ’ ବ୍ୟତୀତ ଦିବ୍ୟା ‘ସଂସ୍କାର’, ‘ଉଡ଼ାନ’,‘ଜିତ ଗଇ ତୋ ପିୟା ମେରେ’ ଏବଂ ‘ବିଷ’ ଭଳି ଟିଭି ଧାରାବାହିକରେ ମଧ୍ୟ କାମ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ