ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ୟେମେନ୍ ସରକାରକୁ ବିସ୍ଫୋରଣରେ ଉଡାଇବାକୁ ଉଦ୍ୟମ, ଆକ୍ରମଣ ପଛରେ ହୁତି ବିଦ୍ରୋହୀଙ୍କ ହାତ ସନ୍ଦେହ

ଅଦନ ୩୦।୧୨: ୟେମେନର ଅଦନ ବିମାନ ବନ୍ଦରରେ ବୁଧବାର ଭୀଷଣ ବିସ୍ଫୋରଣ ହୋଇଛି। ଏକ ଯାତ୍ରୀବାହୀ ବିମାନ ଅବତରଣ କରିବାମାତ୍ରେ ରନୱେରେ ବିସ୍ଫୋରଣ ହୋଇଥିଲା। ତେବେ ଏଥିରେ ବିମାନର କିଛି କ୍ଷତି ହୋଇ ନଥିଲେ ବି ପରେ ହୋଇଥିବା ଗୁଳିବିନିମୟରେ ୨୨ ଜଣ ପ୍ରାଣ ହରାଇଥିବା ଆକଳନ କରାଯାଇଛି। ଏହି ବିମାନରେ ୟେମେନ ପ୍ରଧାନମନ୍ତ୍ରୀ ମିନ୍ ଅବଦୁଲ ମଲ୍ଲିକ ସଇଦଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳ ଥିଲେ ବୋଲି କୁହାଯାଉଛି।

ସାଉଦୀ ଆରବ ସୂତ୍ରରୁ ମିଳୁଥିବା ସୂଚନାରେ ୟେମେନ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ ସକୁଶଳେ ରାଷ୍ଟ୍ରପତି ଭବନ ପହଞ୍ଚି ଯାଇଛନ୍ତି। ତେବେ ବିମାନ ବନ୍ଦର ରନୱେ ବିସ୍ଫୋରଣ ଓ ଗୁଳିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କନେଇ ସମ୍ପୂର୍ଣ୍ଣ ତଥ୍ୟକୁ ଅପେକ୍ଷା କରାଯାଇଛି। ୟେମେନରେ ଦୀର୍ଘ ବର୍ଷ ହେଲା ଗୃହଯୁଦ୍ଧ ଲାଗି ରହିଛି। ଏକ ଏମଓୟୁ ଆଧାରରେ ପ୍ରଧାନମନ୍ତ୍ରୀ ସଇଦଙ୍କ ସହ ତାଙ୍କ ମନ୍ତ୍ରୀମଣ୍ଡଳର କେତେକ ମନ୍ତ୍ରୀ ଅଦନ ପ୍ରତ୍ୟାବର୍ତ୍ତନ କରିଥିଲେ। ସରକାରଙ୍କ ଏହି ବୁଝାମଣା ଗତ ସପ୍ତାହରେ ବିଛିନ୍ନତାବାଦୀ ଗୋଷ୍ଠୀଙ୍କ ସହ ହୋଇଥିଲା।

ମଲିକଙ୍କ ସରକାରକୁ ଅନ୍ତର୍ଜାତୀୟ ମାନ୍ୟତା ରହିଛି। ଦେଶରେ ଗୃହଯୁଦ୍ଧ ଯୋଗୁ ସେ ମଧ୍ୟ ଦୀର୍ଘ ବର୍ଷ ହେଲା ନିର୍ବାସୀତ ରହି ଆସୁଛନ୍ତି। ତାଙ୍କ ସରକାର ସାଉଦୀ ଆରବ ରାଜଧାନୀ ରିଆଦରୁ କାର୍ଯ୍ୟ କରୁଥିଲେ। ନିକଟରେ ୟେମେନ ରାଷ୍ଟ୍ରପତି ମନସୁର ହାଦୀ ମନ୍ତ୍ରୀମଣ୍ଡଳରେ ପରିବର୍ତ୍ତନ କରିଛନ୍ତି। ଏଥିରେ ବିଛିନ୍ନତାବାଦୀଙ୍କ ସହ ବୁଝାମଣାକୁ ଦେଶରେ ବଡ ପଦକ୍ଷେପ ବୋଲି ବୁଝା ଯାଉଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ