ରାଜ୍ୟ

ୟୁ-ଟ୍ୟୁବ୍‌ ଦେଖି ପଢ଼ୁଥିଲେ: ଆଇଆଇଟିରେ ପଢ଼ିବେ ମୂଲିଆ ପୁଅ

ମାଲକାନଗିରି: ପଢ଼ିବା ପାଇଁ ସାଧନ ନଥିଲା। ବହୁ କଷ୍ଟରେ ସ୍ନାତକ ପର୍ଯ୍ୟାନ୍ତ ପଢ଼ିଲେ। ଏହାପରେ ନିଜ ଖର୍ଚ୍ଚ ବାହାର କରିବାକୁ ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ। କିନ୍ତୁ ପିଲାଦିନେ ଦେଖିଥିବା ସ୍ବପ୍ନ ସବୁବେଳେ ବିବ୍ରତ କରୁଥିଲା। ତେଣୁ ୟୁ-ଟ୍ୟୁବ୍‌ର ସହାୟତା ନେଇ ନିଜେ ନିଜେ ପଢ଼ି ଶେଷରେ ସଫଳତା ପାଇଛନ୍ତି। ଜେଇଇ ଆଡ୍‌ଭାନ୍ସରେ ୩୦୦୦ ରୢାଙ୍କ ରଖିଛନ୍ତି। ଆଗକୁ ଆଇଆଇଟିରେ ନାମ ଲେଖାଇବେ। ହେଲେ ଏଥିପାଇଁ ଆବଶ୍ୟକ ଅର୍ଥ ନାହିଁ। ସହାୟତାକୁ ଅପେକ୍ଷା କରିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଦୁରାଗୁଡ଼ା ଗାଁର ପ୍ରକାଶ କୁମାର ବିଶୋୟୀ।

କର୍ଣ୍ଣ ଓ ମନିରାଣୀ ବିଶୋୟୀଙ୍କ ଚାରି ପୁଅଙ୍କ ମଧ୍ୟରେ ବଡ଼ ହେଉଛନ୍ତି ପ୍ରକାଶ। ବାପା ପକ୍ଷାଘାତରେ ପଡ଼ିବା ପରେ ଘର ଉପରେ ଚଡ଼କ ପଡ଼ିଥିଲା। ପରବର୍ତ୍ତୀ ସମୟରେ ମା’ ମଧ୍ୟ ମାନସିକ ରୋଗରେ ଆକ୍ରାନ୍ତ ହେଲେ। ଏମିତି କଠିନ ପରିସ୍ଥିତି ସତ୍ତ୍ବେ ୨୦୧୬ ମସିହାରେ ୭୦ପ୍ରତିଶତ ନମ୍ବର ରଖି ପ୍ରକାଶ ମାଟ୍ରିକ୍‌ ଉତ୍ତୀର୍ଣ୍ଣ ହେଲେ। ଯୁକ୍ତ୨ ବିଜ୍ଞାନରେ ୬୫ପ୍ରତିଶତ ନମ୍ବର ପାଇଥିଲା ବେଳେ ସ୍ନାତକରେ ୯୫ପ୍ରତିଶତ ନମ୍ବର ତାଙ୍କୁ ମିଳିଥିଲା। ଆଇଆଇଟିରେ ପାଠ ପଢ଼ିବା ପାଇଁ ତାଙ୍କର ଲକ୍ଷ୍ୟ ରହିଥିଲା। ତେବେ ପରିବାରର ସ୍ଥିତି ଦେଖିବା ପରେ ନିଜ ନିଷ୍ପତ୍ତି‌ ପରିବର୍ତ୍ତନ କରିଥିଲେ। ଯୁକ୍ତ୩ ପାସ୍‌ ପରେ ପରିବାରକୁ ଚାଷରେ ସହଯୋଗ କରିବା ସହ ଘରେ ରହି ରୋଷେଇ କରୁଥିଲେ। ଖାଲି ସମୟ ପାଇଲେ ଗାଁ ପିଲାଙ୍କୁ ଟ୍ୟୁସନ୍‌ କଲେ। ଗାଁରେ ଟ୍ୟୁସନ୍‌ରୁ ରୋଜଗାର ସେତେଟା ଭଲ ହେଲାନାହିଁ। ତେଣୁ ମାଥିଲି ଚାଲିଆସି ପିଲାଙ୍କୁ ପାଠ ପଢ଼ାଉଛନ୍ତି।

ବଳଦିଆଗୁଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଗଣିତ ଅଧ୍ୟାପିକା କଲ୍ୟାଣୀ ପୃଷ୍ଟିଙ୍କ ପ୍ରେରଣା ମିଳିବାରୁ ନିଜ ସ୍ବପ୍ନ ପୂରଣ ପାଇଁ ପୁଣି ଅଗ୍ରସର ହେଲେ ପ୍ରକାଶ। କୋଚିଂ ନେବା ସମ୍ଭବ ହୋଇନଥିବାରୁ ୟୁ-ଟ୍ୟୁବ୍‌ ଦେଖି ପଢ଼ା ଆରମ୍ଭ କରିଥିଲେ। କଠିନ ପରିଶ୍ରମର ଫଳ ଶେଷରେ ମିଳିଥିଲେ ସୁଦ୍ଧା ଆଗକୁ ପାଠପଢ଼ା ଜାରି ରଖିବାକୁ ନେଇ ଅନିଶ୍ଚିତତା ଲାଗି ରହିଛି। କାରଣ ଆବଶ୍ୟକ ଟଙ୍କା ନଥିଲା ବେଳେ ଟଙ୍କା ଯୋଗାଡ଼ କରିବା ତାଙ୍କ ପରିବାର ପାଇଁ ମଧ୍ୟ ଅସମ୍ଭବ। ଏମିତି ସ୍ଥିତିରେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।