ଖେଳ ଦେଶ ବିଦେଶ

ୟୁରୋ କପ୍ ହେବ କି କରୋନା ସୁପରସ୍ପ୍ରେଡର, ଅନେକ ଦେଶରେ ଚିନ୍ତା ବଢାଇଲା ଡେଲଟା ପ୍ଲସ ଭାରିଆଣ୍ଟ

ଲଣ୍ଡନ ୯/୭: ଯେମିତି ସରି ସରି ଆସୁଛି ୟୁରୋ ୨୦୨୦ ସେମିତି ବଢିବାରେ ଲାଗିଛି ବିପଦ । କାରଣ ମ୍ୟାଚ୍ ଦେଖିବାକିୁବା ଲାଗୁଛି ପ୍ରଶଂସକଙ୍କ ଭିଡ । ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣ (କୋଭିଡ -19) ବିଷୟରେ ଚିନ୍ତା ବହୁତ ବୃଦ୍ଧି ପାଇଛି । ଜୁଲାଇ ୭ ରେ ୱେମ୍ବଲି ଷ୍ଟାଡିୟମ (ଲଣ୍ଡନ)ରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ଡେନମାର୍କକୁ ୨-୧ରେ ପରାସ୍ତ କରିଥିଲା । ​​

ଯାହା ପରେ ଦେଖିବାକୁ ମଳଇଥିଲା ଷ୍ଟାଡିୟମରେ ନାହିଁ କରୋନା ଭୟ ବା କଟକଣା । ସେପଟେ ୟୁରୋପର ଅନେକ ଦେଶରେ ଏବେ ଡେଲଟା ଭାରିଆଣ୍ଟର ମାମଲା ବଢିବାରେ ଲାଗିଛି । ୯୦ହଜାର ଦର୍ଶକଙ୍କ କ୍ଷମତା ବିଶିଷ୍ଟ ୱେମ୍ବଲି ଷ୍ଟାଡିୟମରେ କରୋନା ପ୍ରତିବନ୍ଧକ ଯୋଗୁଁ କେବଳ ୬୦ହଜାର ଦର୍ଶକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଥିଲା ।

ଯାହା ଦ୍ୱାରା ସାମାଜିକ ଦୂରତାକୁ ମାନି ହେବ ବୋଲି ନିଷ୍ପତ୍ତି ହୋଇଥିଲା । ହେଲେ ୟୁକ୍ରେନ ବିପକ୍ଷରେ ଇଂଲଣ୍ଡ ସେମିଫାଇନାଲରେ ପ୍ରବେଶ କରିବା ମାତ୍ରେ ଦର୍ଶକମାନେ ଅଧିକ ସଂଖ୍ୟାରେ ଟିକେଟ କିଣିବା ଆରମ୍ଭ କରିଥିଲେ । ବହୁ ଲୋକ ଟିକେଟ ମହଙ୍ଗା ହେତୁ କିଣିପାରିନଥିଲେ । କିନ୍ତୁ ଉତ୍ସବ ପାଳନ କରିବାକୁ ଲଣ୍ଡନ ରାସ୍ତାରେ ଲାଗିଥିଲା ଭିଡ଼ । ଲୋକେ ନାଁ ମାନିଥିଲେ ସାମାଜିକ ଦୂରତା ନାଁ ଥିଲା ମୁହଁରେ ମାସ୍କ ।

ଡେନମାର୍କର ଅଧିକାରୀ କହିଛନ୍ତି ଯେ କୋପେନହେଗେନରେ ବେଲଜିୟମ ବିପକ୍ଷ ମ୍ୟାଚ୍ ସମୟରେ ତିନିଜଣ ପ୍ରଶଂସକ ଡେଲଟା ଭାରିଆଣ୍ଟରେ ସଂକ୍ରମିତ ହୋଇଥିଲେ । ପରେ ୪,୦୦୦ ପ୍ରଶଂସକଙ୍କ ପରୀକ୍ଷା କରପାଯଇଥିଲା । ଏହା ବ୍ୟତୀତ ଫିନଲ୍ୟାଣ୍ଡର ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ମଧ୍ୟ ୧୦୦ଜଣଙ୍କଠାରେ ସଂକ୍ରମଣ ଚିହ୍ନଟ କରିଥିଲେ । ଯେଉଁମାନେ ଋଷିଆ ବିପକ୍ଷରେ ନିଜ ଦଳକୁ ସମର୍ଥନ କରିବାକୁ ଆସିଥିଲେ ।

ଏପିଡେମୋଲୋଜିଷ୍ଟ ଆଣ୍ଟୋଏନ୍ ଫ୍ଲାହଲ୍ଟ ଏହା ଉପରେ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘ୟୁରୋ କପ୍ ମାଧ୍ୟମରେ ଡେଲଟା ଭାରିଆଣ୍ଟକୁ ୟୁରୋପରେ ବିସ୍ତାର କରିବାକୁ ଯୋଜନା ଚାଲିଛି । ଋଷରେ କରୋନା ମୃତ୍ୟୁ ବଢିବା ପରେ ସେଣ୍ଟ ପିଟର୍ସବର୍ଗରେ କ୍ୱାର୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ବର୍ତ୍ତମାନ ଉଭୟ ସେମିଫାଇନାଲ ଭଳି ଫାଇନାଲ ମ୍ୟାଚ୍ ମଧ୍ୟ ଲଣ୍ଡନରେ ଖେଳାଯିବ ।

ଯେଉଁଠାରେ ପ୍ରାୟ ୬୦ହଜାର ଲୋକ ଏକାଠି ବସି ମ୍ୟାଚ୍ ଦେଖିବେ । ଏଥିସହ ଜେନେଭା ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ୍ ଅଫ୍ ଗ୍ଲୋବାଲ୍ ହେଲ୍ଥର ନିର୍ଦ୍ଦେଶକ ଫ୍ଲାହଲ୍ଟ କହିଛନ୍ତି ଯେ କରୋନା ଦ୍ୱାରା କମ୍ ପ୍ରଭାବିତ ସହରରେ ଏହି ସମସ୍ତ ମ୍ୟାଚ୍ ନିର୍ଦ୍ଧାରିତ ହେବା ଉଚିତ୍ । ଏହା କରୋନା ସଂକ୍ରମଣକୁ ହ୍ରାସ କରିଥାନ୍ତା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ