ମନୋରଞ୍ଜନ

ୟୁରୋପ ଯିବ ପଠାନ୍

ଶାହାରୁଖ୍ ଖାନ୍, ଦୀପିକା ପାଦୁକୋନ୍ ଓ ଜନ୍ ଆବ୍ରାହମ୍‌ଙ୍କୁ ନେଇ ବଲିଉଡ୍‌ର ନୂଆ ଚଳଚ୍ଚିତ୍ର ‘ପଠାନ୍’ର କିଛି ଅଂଶ ସୁଟିଂ ହେଇଛି। କହିବାକୁ ଗଲେ ଭାରତରେ ଏଇ ଚଳଚ୍ଚିତ୍ରର ଅନ୍ୟୂନ ୬୦ ପ୍ରତିଶତ ଦୃଶ୍ୟ ସୁଟିଂ କରାଯିବ ବୋଲି ସ୍ଥିର ହୋଇଛି। ଚଳଚ୍ଚିତ୍ରର କିଛି ଦୃଶ୍ୟ ମଧ୍ୟ ରୁଷିଆ ଓ ଫିନଲାଣ୍ଡରେ ହେବା ପାଇଁ ଯୋଜନା କରାଯାଇଛି। ତେବେ ପ୍ରଥମ ସିଡ୍ୟୁଲ୍ ପରେ ପରବର୍ତ୍ତୀ ସିଡ୍ୟୁଲ୍ ପାଇଁ ପ୍ରଯୋଜନା ସଂସ୍ଥା ପକ୍ଷରୁ ପ୍ରସ୍ତୁତି ଚାଲିଛି। କୋଭିଡ୍‌ର ଦ୍ବିତୀୟ ଲହର ଥମିଲେ ୟୁନିଟ୍ ବାହାରିବ ୟୁରୋପିଆନ୍ ଦେଶକୁ। ଇଉରୋପର ଅନ୍ୟୂନ ତିନିଟି ଦେଶରେ ସୁଟିଂ ହେବ ବୋଲି ଜଣାପଡ଼ିଛି।

ୟଶରାଜ ଫିଲ୍ମସ୍‌ ଏଥିପାଇଁ କିଛି ୟୁରୋପିଆନ୍ ଦେଶ ସହ ଯୋଗାଯୋଗ କରିଛି। ସୁଟିଂରେ ବାହାରିବା ପୂର୍ବରୁ ପ୍ରଯୋଜକ ଆଦିତ୍ୟ ଚୋପ୍ରା ସମସ୍ତ ୟୁନିଟ୍ ମେମ୍ବରଙ୍କୁ ଉଭୟ ଡୋଜ୍ ଦେଇ ଭେସିନେଟେଡ୍ କରିବା ପାଇଁ ଯୋଜନା ମଧ୍ୟ କରିଛନ୍ତି। କୋଭିଡ୍ ସଂକ୍ରମଣର ପ୍ରଥମ ଲହରର ମଧ୍ୟଭାଗରେ ଏଇ ସିନେମାଟି ଆରମ୍ଭ ହେଇଥିଲା। ଆଶା କରାଯାଉଛି ହୋଲି, ଦୀପାବଳି ଅଥବା ନିକଟ ଭବିଷତରେ ପଡ଼ୁଥିବା କୌଣସି ମୁସଲିମ୍ ପର୍ବ ଅବସରରେ ଏଇ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ