ଖେଳ ଦେଶ ବିଦେଶ

ୟୁରୋପା ଲିଗ୍‌ : ମିଲାନ୍‌ ଜିତିଲା

ସେଲ୍‌ଟିକ୍‌/ ନାପୋଲି : ଚଳିତ ୟୁରୋପା ଲିଗ୍‌ରେ ଗୁରୁବାର ଏସି ମିଲାନ୍‌ ବିଜୟ ହାସଲ କରିଥିଲା ବେଳେ ନାପୋଲି କିନ୍ତୁ ପରାଜୟ ବରଣ କରିଛି। ଫଳରେ ଉଭୟ ସେଲ୍‌ଟିକ୍‌ ଏବଂ ନାପୋଲି ନିଜ ନିଜ ଘରୋଇ ପରିବେଶରେ ପରାସ୍ତ ହୋଇଛନ୍ତି।
ଗ୍ରୁପ୍‌-ଏଚ୍‌’ରେ ମିଲାନ୍‌ ୩-୧ ଗୋଲ୍‌ରେ ସେଲ୍‌ଟିକ୍‌କୁ ପରାସ୍ତ କରିଦେଇଥିଲା ବେଳେ ଗ୍ରୁପ୍‌-ଏଫ୍‌’ର ଏକ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ କରୋନା ପଜିଟିଭ୍‌ ପାଇଁ ୧୩ ଖେଳାଳିଙ୍କ ଅନୁପସ୍ଥିତି ସତ୍ତ୍ବେ ଏଜେଡ୍‌ ଅଲ୍‌କମାର ୧-୦ ଗୋଲ୍‌ରେ ନାପୋଲିକୁ ପରାସ୍ତ କରିଥିଲା। ଅନ୍ୟପକ୍ଷରେ ପ୍ରିମିୟର ଲିଗ୍‌ କ୍ଲବ୍‌ ଲିସେଷ୍ଟର ସିଟି ଭଳି ଲଣ୍ଡନ ଦଳ ଟଟେନ୍‌ହାମ୍‌ ହଟ୍‌ସ୍ପର ଏବଂ ଆର୍ସେନଲ ମଧ୍ୟ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଲିସେଷ୍ଟର ସିଟି ୩-୦ରେ (ଗ୍ରୁପ୍‌-ଜି) ୟୁକ୍ରେନୀୟ ଦଳ ଏଫ୍‌କେ ଜୋର୍‌ୟା ଲୁହାନ୍‌ସ୍କ ଏବଂ ଟଟେନ୍‌ହାମ୍‌ ସମାନ ୩-୦ରେ (ଗ୍ରୁପ୍‌-ଜେ) ଅଷ୍ଟ୍ରିଆ ଦଳ ଲାସ୍କକୁ ପରାସ୍ତ କରିଛି। ଆର୍ସେନଲ୍‌ (ଗ୍ରୁପ୍‌-ବି) ୨-୧ ଗୋଲ୍‌ରେ ବିଜୟୀ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ