ଦେଶ ବିଦେଶ ସ୍ୱାସ୍ଥ୍ୟ

ୟୁରୋପରେ ନୂଆ ଲହର: ଦୈନିକ ଦେଢ଼ ନିୟୁତ କୋଭିଡ୍ ସଂକ୍ରମଣ

ନ୍ୟୁୟର୍କ: ଏବେ ବିଶ୍ବରେ ପ୍ରତିଦିନ ଦେଢ଼ ନିୟୁତ ନୂଆ ସଂକ୍ରମଣ ହେଉଛି। ଏସିଆ ମହାଦେଶରେ ବଡ଼ ସଂକ୍ରମଣ ହେଉଛି। ୟୁରୋପରେ ନୂଆ ଲହର ଦେଖାଦେଇଛି। କେତେକ ଦେଶରେ ମୃତ୍ୟୁ ହାର ଅଧିକ ରହୁଥିବା ବି ରିପୋର୍ଟ ମିଳିଛି ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି। ପ୍ରାୟ ପ୍ରତି ଚାରିମାସରେ ଗୋଟାଏ ନୂଆ ଭାରିଆଣ୍ଟ ଆତ୍ମପ୍ରକାଶ କରୁଥିବା ବେଳେ ଏବେ ଏସିଆ ମହାଦେଶରେ ବି ସଂକ୍ରମଣ ବୃଦ୍ଧି ଉଦ୍‌ବେଗର କାରଣ ପାଲଟିଛି। ତେଣୁ କୋଭିଡ୍-୧୯ ଦୁର୍ବଳ ହୋଇଗଲାଣି ବୋଲି ଭାବିବା ମୂର୍ଖତା। ଏହି ପରିସ୍ଥିତିରେ ପ୍ରତ୍ୟେକ ଲୋକଙ୍କୁ ଟିକା ଦେବାର ବ୍ୟବସ୍ଥା କରିବା ପାଇଁ ସେ ସମସ୍ତ ଦେଶର ସରକାର ଓ ଔଷଧ କମ୍ପାନିଙ୍କୁ ଗୁଟେରସ ଅନୁରୋଧ କରିଛନ୍ତି।

ଏକ ଅନ୍ତର୍ଜାତୀୟ ସମ୍ମୀଳନୀରେ ଭିଡିଓ ବାର୍ତ୍ତାରେ ଉଦ୍‌ବୋଧନ ଦେଇ ଗୁଟେରସ କହିଛନ୍ତି, ଭିଡ଼ ସ୍ଥାନରେ ଏ କଥା ସ୍ମରଣ କରିବା ଉଚିତ ଯେ କୋଭିଡ୍‌-୧୯ ଏଯାଏ ଯାଇ ନାହିଁ। କେତେକ ଧନୀ ରାଷ୍ଟ୍ର ନିଜ ନାଗରିକଙ୍କୁ ଦ୍ବିତୀୟ ବୁଷ୍ଟର ଦେବା ପାଇଁ ପ୍ରସ୍ତୁତ ହେଉଥିବା ବେ‌ଳେ ପୃଥିବୀର ଏକତୃତୀୟାଂଶ ଲୋକ ଏଯାଏ ପ୍ରଥମ ଡୋଜ୍ ଟିକା ବି ନେଇ ନାହାନ୍ତି। ଏହାହିଁ ନୂଆ ନୂଆ ଭାରିଆଣ୍ଟଙ୍କ ଉଦ୍ଭବ, ଅଧିକ ମୃତ୍ୟୁ ତଥା ଲୋକଙ୍କ କଷଣ ଓ ଆର୍ଥିକ ଦୁର୍ଦ୍ଦଶାର କାରଣ। ପରବର୍ତ୍ତୀ ଭାରିଆଣ୍ଟ ନେଇ ଗୁଟେରସ କହିଲେ ଯେ ଏଠାରେ ପ୍ରଶ୍ନ ‘ଯଦି’ର ନୁହେଁ, ‘କେବେ’ର। ଚଳିତବର୍ଷ ମଧ୍ୟଭାଗ ସୁଦ୍ଧା ପ୍ରତ୍ୟେକ ଦେଶ ଅନ୍ତତଃ ୭୦ ପ୍ରତିଶତ ଟିକାକରଣ ଲକ୍ଷ୍ୟ ହାସଲ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଛି, ତାହା ହାସଲ କରିବାଠାରୁ ଅନେକ ଦେଶ ବହୁ ଦୂରରେ। ପ୍ରତି ଚାରିମାସରେ ନୂଆ ଭାରିଆଣ୍ଟର ଉଦ୍ଭବ ହେଉଥିବାରୁ ସମୟ ହେଉଛି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏଣୁ ପ୍ରତ୍ୟେକ ଦେଶ ଟିକାକରଣ ଲକ୍ଷ୍ୟ ଯଥାଶୀଘ୍ର ପୂରଣ କରିବା ଉପରେ ସେ ଜୋର ଦେଇଥିଲେ। ସୂଚନାଯୋଗ୍ୟ ବିଏ.୨ ପରେ ଏବେ ଓମିକ୍ରନ୍‌ର ନୂଆ ଭାରିଆଣ୍ଟ ଏକ୍ସଇ ଆତ୍ମପ୍ରକାଶ କରିଛି। ୟୁରୋପରେ ଏହା ଅଧିକ ଦେଖିବାକୁ ମିଳିଥିବା ବେଳେ ଭାରତର ମହାରାଷ୍ଟ୍ର ପରେ ଗୁଜରାଟରେ ଏହା ଦେଖାବକୁ ମିଳିଲାଣି। ତେଣୁ ଏହା ଭାରତ ସରକାରଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି।

ମୁମ୍ବାଇ ପରେ ଗୁଜରାଟରେ କରୋନା ଭୂତାଣୁର, ଏକ୍ସଇ ପ୍ରଜାତି ଚିହ୍ନଟ
ନୂଆଦିଲ୍ଲୀ: ଅତ୍ୟନ୍ତ ସଂକ୍ରମଣଶୀଳ ବୋଲି ବିଶ୍ବାସ କରାଯାଉଥିବା ଓମିକ୍ରନ୍‌ର ସବ୍-ଭାରିଆଣ୍ଟ ଏକ୍ସଇ ମହାରାଷ୍ଟ୍ର ପରେ ଏବେ ଗୁଜରାଟରେ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ରୋଗୀ ଜଣକ ମାର୍ଚ୍ଚ ୧୩ ତାରିଖରେ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଏକ ସପ୍ତାହ ପରେ ସୁସ୍ଥ ହୋଇଥିଲେ। ଜିନୋମ୍ ସିକ୍ବେନ୍ସିଂ ପରେ ତାହା ଓମିକ୍ରନ୍‌ର ଉପକିସମ ଏକ୍ସଇ ଥିବା ଜଣାପଡ଼ିଥିଲା। ତେବେ ଏହା ଏକ୍ସଇ ବୋଲି ସୁନିଶ୍ଚିତ ହେବା ପାଇଁ ଏହାକୁ ପୁନଃପରୀକ୍ଷା କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ସୂଚନାଯୋଗ୍ୟ ଓମିକ୍ରନ୍‌ର ଏକ୍ସଇ ସବ୍-ଭାରିଆଣ୍ଟ ହେଉଛି ଏହାର ବିଏ.୧ ଓ ବିଏ.୨ର ଏକ ମିଶ୍ରିତ ଉପକିସମ, ଯାହା ଅଧିକ ସଂକ୍ରାମକ ବୋଲି ବିଶ୍ବାସ କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ