ଦେଶ ବିଦେଶ ମନୋରଞ୍ଜନ

ୟୁପି ପରେ ମଧ୍ୟପ୍ରଦେଶ ସରକାରଙ୍କ ବଡ ଘୋଷଣା, ଫିଲ୍ମ ‘ସମ୍ରାଟ୍‌ ପୃଥ୍ବୀରାଜ୍‌’କୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ଶିବରାଜ ଚୌହାନ

ମୁମ୍ବାଇ ୦୩।୦୬ : ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ୍‌’ ଶୁକ୍ରବାର ଅର୍ଥାତ୍ ଆଜି ରିଲିଜ୍ ହେଉଛି। ଏହାକୁ ନେଇ ଦର୍ଶକ ଖୁବ୍‌ ଉତ୍ସାହିତ ଅଛନ୍ତି। ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । ୟୁପି ପରେ ଆଜି ମଧ୍ୟପ୍ରଦେଶରେ ମଧ୍ୟ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି। ରିଲିଜ୍ ହେବା ପୂର୍ବରୁ ଅକ୍ଷୟ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର ବାର୍ତ୍ତା ସେୟାର କରିଛନ୍ତି। ସେ କହିଛନ୍ତି ଯେ ଫିଲ୍ମ ମାଧ୍ୟମରେ ଆପଣ ସେହି ଲୋକମାନଙ୍କ ବିଷୟରେ ଜାଣିପାରିବେ ଯାହା ବିଷୟରେ ଆପଣ ଜାଣନ୍ତି ନାହିଁ। ଏହା ସହିତ ଅକ୍ଷୟ ଆଶା ବ୍ୟକ୍ତ କରିଛନ୍ତି ଯେ ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ ବଡ଼ ପରଦାରେ ସମସ୍ତଙ୍କୁ ମନୋରଞ୍ଜନ କରିବେ ।

ଅଭିନେତାଙ୍କ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ୍‌’ଙ୍କୁ ମଧ୍ୟପ୍ରଦେଶରେ ଟିକସମୁକ୍ତ କରାଯାଇଛି। ଏହି ଚଳଚ୍ଚିତ୍ରଟି ଆଜି ସମସ୍ତ ଦେଶରେ ମୁକ୍ତିଲାଭ କରୁଛି। ଏହାପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇ ଶିବରାଜ ସରକାର ମଧ୍ୟପ୍ରଦେଶରେ ଏହି ଚଳଚ୍ଚିତ୍ର ଟ୍ୟାକ୍ସ ମୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଟ୍ୱିଟ କରି କହିଛନ୍ତି ଯେ ମଧ୍ୟପ୍ରଦେଶର ମହାନ ଯୋଦ୍ଧା ସମ୍ରାଟ ପୃଥୀରାଜ ଚୌହାନଙ୍କ ଜୀବନ ଉପରେ ଆଧାର କରି ଏହି ଫିଲ୍ମ ନିର୍ମାଣ କରାଯାଇଛି। ଅଧିକରୁ ଅଧିକ ଏବେକା ଯୁବ ପିଢି ଦେଖିବା ଉଚିତ୍‌ ଏବଂ ଜାଣିବା ଉଚିତ୍‌।

ଏହାପୂର୍ବରୁ ଉତ୍ତରପ୍ରଦେଶ ସରକାର ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ କ୍ୟାବିନେଟ ସହକର୍ମୀଙ୍କ ସହ ଲୋକ ଭବନ ଅଡିଟୋରିୟମରେ ଏହି ଫିଲ୍ମ ଦେଖିଥିଲେ। ସେ ଏହି ଚଳଚ୍ଚିତ୍ରକୁ ଇତିହାସର ଦର୍ପଣ ବୋଲି କହିଛନ୍ତି। ରାଷ୍ଟ୍ର ନିର୍ମାଣ ପାଇଁ ଏଭଳି ଚଳଚ୍ଚିତ୍ର ନିର୍ମାଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ