ଦେଶ ବିଦେଶ ମନୋରଞ୍ଜନ

ୟୁନିକ୍‌ ଡିଜାଇନ୍‌ରେ ଅଲି ଏବଂ ରିଚାଙ୍କ ବିବାହ କାର୍ଡ, ସାମ୍ନାକୁ ଆସିଲା ଫଟୋ

ମୁମ୍ଵାଇ ୨୧।୦୯: ବଲିଉଡ ଅଭିନେତା ଅଲି ଫୈଜଲ ଏବଂ ରିଚା ଚଢା ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଏହି ବିବାହ ମଧ୍ୟ ବଲିଉଡର ବହୁ ପ୍ରତୀକ୍ଷିତ ବିବାହ ମଧ୍ୟରୁ ଅନ୍ୟତମ ହେବ । ଅଲି ଫୈଜଲ ଏବଂ ରିଚା ବହୁତ ଚରିତ୍ରରେ ଅଭିନୟ କରିବା ସହ ଅନ୍ୟାନ୍ୟ ବିଜ୍ଞାପନ ପାଇଁ ଜଣାଶୁଣା । ଏଭଳି ପରିସ୍ଥିତିରେ ଉଭୟଙ୍କ ବିବାହ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ବିବାହ ଖବର ମଧ୍ୟରେ ଉଭୟଙ୍କ ବିବାହ କାର୍ଡର ଫଟୋ ସାମ୍ନାକୁ ଆସିଛି।

ଅଲି ଏବଂ ରିଚାଙ୍କ ଜଣେ ବନ୍ଧୁ ସେମାନଙ୍କ ବିବାହ କାର୍ଡ ଡିଜାଇନ୍ କରିଛନ୍ତି। ବିବାହ କାର୍ଡକୁ ଏକ ମ୍ୟାଚ୍ ବକ୍ସ ପରି ଡିଜାଇନ୍ ଦିଆଯାଇଛି । ଏହି ବିବାହ କାର୍ଡକୁ ଦେଖିଲେ ଲାଗୁଛି କି ଏହା ୯୦ ଦଶକର । କାର୍ଡର ଶୀର୍ଷରେ ଲେଖା ହୋଇଛି – କପଲ ମ୍ୟାଚ୍ । ଏଥିରେ ରିଚା ଏବଂ ଅଲି ସାଇକେଲ ଚଳାଉଥିବା ଥିବାର ଦେଖାଯାଇଛି । ଅଲି ଏବଂ ରିଚାଙ୍କ ବିବାହ ପୂରାପୁରି ଧମାଲ୍‌ ହେବାକୁ ଯାଉଛି ବୋଲି ଜଣାପଡୁଛି ।

ବିବାହର ବିଷୟରେ କହିବାକୁ ଗଲେ, ଏହି ଉତ୍ସବ ପୁରା ୫ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି । ଏକ ରିପୋର୍ଟରେ କୁହାଯାଇଛି ଯେ ବିବାହର ପୂର୍ବ ଉତ୍ସବ ୩୦ ସେପ୍ଟେମ୍ବର ଦିନ ଦିଲ୍ଲୀ ଜିମଖାନା ଠାରୁ ଆରମ୍ଭ ହେବ। ସେଠାରେ ଏହି ଉତ୍ସବ ୩ଦିନ ପର୍ଯ୍ୟନ୍ତ ଚାଲିବ । ଅକ୍ଟୋବର ୧ରେ ମେହେନ୍ଦୀ ଏବଂ ସଂଗୀତ ଅନୁଷ୍ଠିତ ହେବ। ଅକ୍ଟୋବର ୨ରେ ରିଚା ଏବଂ ଅଲି ସେମାନଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ଏକ ବିବାହ ଭୋଜି ରଖିଛନ୍ତି। ତେବେ ବିବାହ କାର୍ଡରେ ଥିବା ଅଧିକାଂଶ ବିବରଣୀ ଲୁଚାଇ ରଖାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ