ମସ୍କୋ ୫।୫: ଋଷ୍ ସେନା ୟୁକ୍ରେନ୍ର ପଶ୍ଚିମ ଭାଗରେ ବିଦେଶୀ ଅସ୍ତ୍ରଶସ୍ତ୍ର ଯୋଗାଣ ଚେନ୍କୁ ଟାର୍ଗେଟ୍ କରି ଆକ୍ରମଣ କରିଛି । ଋଷ୍ ସେନା ଦେଶର ପୂର୍ବ ଭାଗରେ ମଧ୍ୟ ଆକ୍ରମଣକୁ ବଢାଇ ଦେଇଛନ୍ତି । ଏ ଭିତରେ ୟୁରୋପୀୟ ସଂଘ ଯୁଦ୍ଧ ପାଇଁ ଋଷ୍କୁ ଦଣ୍ଡିତ କରିବା ଉଦ୍ଦେଶ୍ୟରେ ତେଲ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ରଖିଛି ।
ଋଷ୍ ସେନା ବୁଧବାର ଦିନ କହିଛି ଯେ ୟୁକ୍ରେନ୍ରେ ୫ଟି ରେଲଓ୍ବେ ଷ୍ଟେସନରେ ବିଦ୍ୟୁତ ସୁବିଧାକୁ ନଷ୍ଟ କରିବା ପାଇଁ ସମୁଦ୍ର ଏବଂ ବାୟୁରେ ମିସାଇଲ୍ର ବ୍ୟବହାର କରିଥିଲା । ଯେଉଁଠି ତୋପଖାନା ଏବଂ ବିମାନ ଦ୍ବାରା ମଧ୍ୟ ସୈନ୍ୟ ଆଡ୍ଡା, ଇନ୍ଧନ ଏବଂ ଗୋଳାବାରୁଦ ଡିପୋରେ ଆକ୍ରମଣ କରିଥିଲା । ଋଷ୍ ସେନା ମାରିୟୁପୋଲରେ ଏକ ଇସ୍ପାତ ୟୁନିଟ୍କୁ ଘେରାବନ୍ଦୀ କରି ରଖିଛି ଯେଉଁଠାରୁ ଗତ କିଛି ଦିନ ହେବ ନାଗରିକମାନଙ୍କୁ ଉଦ୍ଧାର କରାଯାଇଥିଲା । ଜଣେ ଋଷ୍ ଅଧିକାରୀ ଇସ୍ପାତ ୟୁନିଟ୍ ଉପରେ ଆକ୍ରମଣ ଘଟଣାକୁ ଅସ୍ବୀକାର କରିଛନ୍ତି ।
ୟୁକ୍ରେନ୍ ସୈନିକଙ୍କ ପକ୍ଷରୁ ଦାବି କରାଯାଇଥିଲା ଯେ ଋଷ୍ ସୈନିକ ପ୍ଲାଣ୍ଟ ଉପରେ ଆକ୍ରମଣ କରୁଛନ୍ତି । ୟୁକ୍ରେନ୍ ଅଧିକାରୀମାନେ କହିଥିଲେ ଯେ, ପୂର୍ବ ଡୋନବାସ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ୨୧ ନାଗରିକଙ୍କ ମୃତ୍ୟୁ ହୋଇଛି ।