ଦେଶ ବିଦେଶ ମନୋରଞ୍ଜନ

ୟୁକ୍ରେନ୍‌ର ବୋମା ଶେଲ୍ଟରରେ ଜୀବନ ବିତାଉଛନ୍ତି ନବଜାତ ଶିଶୁ, ଅଭିନେତ୍ରୀ ପ୍ରିୟଙ୍କା ସେୟାର କଲେ

ମୁମ୍ବାଇ ୨୬।୦୨ : ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହରକୁ କବଜା କରି ଚାଲିଛି ଋଷ ସେନା । ପୂରା ଦେଶର ୩ ପଟୁ ଘେରି ରହିଛନ୍ତି ରୁଷ ସେନା।ୟୁକ୍ରେନ ମଧ୍ୟ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ଜୋରଦାର ପ୍ରୟାସ କରୁଛି । ଆତ୍ମସମର୍ପଣ କରିବାକୁ ରୋକଠୋକ୍ ମନାକରି ଦେଇଛନ୍ତି ରାଷ୍ଟ୍ରପତି ଜେଲେଂସ୍କି । ଉଭୟ ଦେଶ ମଧ୍ୟରେ ପରିସ୍ଥିତି ଏବେ ଚିନ୍ତାଜନକ । ଏହାକୁ ନେଇ ଚାରିଆଡେ ଅଶାନ୍ତ ଲାଗି ରହିଛି। ଏହି ଯୁଦ୍ଧର ପ୍ରଭାବ ଏବେ ନବଜାତ ଶିଶୁଙ୍କ ଉପରେ ପଡିଛି। ଯେଉଁ ନବଜାତ ଶିଶୁ ହସ୍ପିଟାଲରେ ରହିବା କଥା କିନ୍ତୁ ସେମାନେ ଏବେ ବୋମା ଶେଲ୍ଟର ଭିତରେ ମୃତ୍ୟୁ ଆଉ ଜୀବନ ସହ ସଙ୍ଘର୍ଷ କରୁଛନ୍ତି। ଏଭଳି କିଛି ଭୟଙ୍କର ଫଟୋ ଆଉ ଭିଡିଓ ସାମ୍ନାକୁ ଆସିଛି। ଏହି ଫଟୋକୁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସେୟାର କରିଛନ୍ତି।

ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ନେଇ ଅନେକ ବଲିଉଡ ସେଲେବ୍ରିଟି ନିଜ ନିଜ ଭାବନା ବ୍ୟକ୍ତି କରୁଛନ୍ତି। ଏହାରି ଭିତରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ଜୀବନ ବଞ୍ଚାଇବା ପାଇଁ ଘୁରି ବୁଲୁଥିବା ୟୁକ୍ରେନବାସୀଙ୍କ ଦୁଃଖକୁ ସହି ପାରିନାହାନ୍ତି। ଏଥିପାଇଁ ସୋସିଆଲ୍ ମିଡିଆ ମାଧ୍ୟମରେ ୟୁକ୍ରେନବାସୀଙ୍କ ଯନ୍ତ୍ରଣାକୁ ବଖାଣିଛନ୍ତି। ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ୟୁକ୍ରେନ୍ ବାସୀ କିଭଳି ବୋମା ଶେଲ୍ଟର ଭିତରେ ଜୀବନ ବିତାଉଛନ୍ତି ତା’ର ଭୟଙ୍କର ଫଟୋ ସାରା ବିଶ୍ୱ ଆଗରେ ରଖିଛନ୍ତି ପ୍ରିୟଙ୍କା।

ସେହିପରି ଆଉ ଏକ ଫଟୋ ସେୟାର କରିଛନ୍ତି । ୟୁକ୍ରେନ୍ର ଏକ ହସ୍ପିଟାଲରୁ ନବଜାତ ଶିଶୁମାନଙ୍କୁ ବୋମା ଶେଲ୍ଟର ଭିତରକୁ ସିଫ୍ଟ କରାଯାଇଛି। ଯେଉଁଥିରେ ବୋମା ଶେଲ୍ଟର ଭିତରେ ନବଜାତ ଶିଶୁମାନଙ୍କୁ ୟୁକ୍ରେନର ଏକ ହସ୍ପିଟାଲର ନର୍ସ ଚିକିତ୍ସା କରୁଥିବାର ନଜର ଆସିଛନ୍ତି। ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ କିଭଳି ସମସ୍ତଙ୍କୁ ପ୍ରଭାବିତ କରୁଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ