ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ୟୁଏଇ’ରେ ଲଟେରି ଜିଣିଲେ ଉତ୍ତର ପ୍ରଦେଶ ବ୍ୟକ୍ତି: ୨୫ ବର୍ଷ ଯାଏଁ ପାଇବେ ମାସିକ ୫.୫ ଲକ୍ଷ ଟଙ୍କା

ଦୁବାଇ: ‘ସଂଯୁକ୍ତ ଆରବ ଏମିରେଟ୍‌ସ୍‌’ରେ ଏକ ନୂଆ ‘ମେଗା ଲଟେରି’ ଜିଣିଥିବା ଜଣେ ଭାରତୀୟ ସ୍ଥପତି (ଆର୍କିଟେକ୍ଟ୍‌) ୨୫ ବର୍ଷ ଯାଏଁ ମାସିକ ୫.୫ ଲକ୍ଷ ଟଙ୍କା ପାଇବେ ‘ଗଲ୍‌ଫ୍‌ ନିଉଜ୍‌’ ରିପୋର୍ଟ କରିଛି।

ରିପୋର୍ଟ ଅନୁସାରେ, ଗୁରୁବାର ଦିନ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ଫାଷ୍ଟ୍‌ ଭାଇଭ୍‌ ଡ୍ର’ ରେ ଉତ୍ତର ପ୍ରଦେଶର ମହମ୍ମଦ ଆଦିଲ ଖାଁଙ୍କୁ ‘ମେଗା ପ୍ରାଇଜ୍‌ ୱିନର୍‌’ ଭାବେ ଘୋଷଣା କରାଯାଇଛି।

ଦୁବାଇସ୍ଥିତ ଏକ ରିୟଲ୍‌ ଇଷ୍ଟେଟ୍‌ କମ୍ପାନିରେ ମହମ୍ମଦ ଆଦିଲ୍‌ ଖାଁ ଜଣେ ଇଣ୍ଟେରିୟର୍‌ ଡିଜାଇନର୍‌ କନ୍‌ସଲ୍‌ଟାଣ୍ଟ୍‌ ଭାବେ କାର୍ଯ୍ୟ କରନ୍ତି। ଏହି ଲଟେରି ଜିଣି ଥିବାରୁ ସେ ମାସକୁ ୨୫,୦୦୦ ଦିନାର ବା ଭାରତୀୟ ମୁଦ୍ରାରେ ୫,୫୯,୮୭୯ ଟଙ୍କା ଲେଖାଏଁ ପାଇବେ।

Image Courtesy of Times Now

ଖୁସ ବ୍ୟକ୍ତ କରି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ ଆଦିଲ୍‌ କହିଛନ୍ତି, ଆମ ପରିବାରରେ ମୁଁ ହେଉଛି ଏକମାତ୍ର ଉପାର୍ଜନକାରୀ। ମହାମାରୀ ସମୟରେ ମୋ ଭାଇଙ୍କର ମୃତ୍ୟୁ ଘଟିଛି ତେଣୁ, ମୁଁ ପରିବାର ଚଳାଉଛି। ମୋର ବୃଦ୍ଧ ପିତାମାତା ଓ ଗୋଟିଏ ୫ ବର୍ଷର ଝିଅ ଅଛି। ଉପଯୁକ୍ତ ସମୟରେ ଅଧିକ ଅର୍ଥ ଆସିଛି। ଲଟେରି ଜିଣିଥିବା ଖବର ପାଇବା ପରେ ମୁଁ ଆନନ୍ଦିତ ହେବା ସହିତ ବିସ୍ମିତ ମଧ୍ୟ ହୋଇଯାଇଛି।

‘ଏମିରେଟ୍‌ସ୍‌ ଡ୍ର’ର ଆୟୋଜକ କମ୍ପାନି ‘ଟାଇଚେରସ୍‌’ର ମାର୍କେଟିଙ୍ଗ୍‌ ମୁଖ୍ୟ ପଲ୍‌ ଚାଦେର୍‌ କହିଛନ୍ତି, ଲଟେରି ଆରମ୍ଭ କରାଯିବାର ୮ ସପ୍ତାହରୁ କମ୍‌ ସମୟ ମଧ୍ୟରେ ‘ଫାଷ୍ଟ୍‌ ଭାଇଭ୍‌’ର ପ୍ରଥମ ବିଜେତାଙ୍କ ନାମ ଘୋଷଣା କରି ଆମେ ଆନନ୍ଦିତ। ‘ମଲ୍‌ଟି-ମିଲିୟନେୟାର୍‌’ ହେବା ପାଇଁ ଏହା ଦ୍ରୁତଗାମୀ ଉପାୟ ହୋଇଥିବାରୁ ଆମେ ଏହାକୁ ‘ଫାଷ୍ଟ୍‌ ଫାଇଭ୍‌’ ବୋଲି କହୁଛୁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ