ମନୋରଞ୍ଜନ

ୟାମୀ-ଆଦିତ୍ୟ ଏକାଠି

ଅଭିନେତ୍ରୀ ୟାମୀ ଗୌତମ ସମସ୍ତଙ୍କ କଳ୍ପନାଜଳ୍ପନାର ଅବସାନ ଘଟାଇ ନିର୍ଦ୍ଦେଶକ ପ୍ରେମିକ ଆଦିତ୍ୟ ଧରଙ୍କ ହାତ ଧରିଛନ୍ତି। ନିକଟରେ ୟାମୀ ଓ ଆଦିତ୍ୟ ବିବାହ ବନ୍ଧନରେ ଆବଦ୍ଧ ହେଇଛନ୍ତି। ଉଭୟ ନିଜ ନିଜର ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି, ‘ତୁମ ଆଲୋକରେ ମୁଁ ପ୍ରେମ କ’ଣ ଦେଖିଲି।’
ଭିକ୍କି ଡୋନର, ଟୋଟାଲ ସିୟାପା, ଆକ୍ସନ୍‌ ଜ୍ୟାକ୍ସନ୍‌, ବଦ୍‌ଲାପୁର, ସନମ୍‌ ରେ, କାବିଲ୍‌, ସରକାର୍‌-୩, ବତି ଗୁଲ ମିଟର ଚାଲୁ, ବାଲା, ଗିନି ୱେଡ୍‌ସ ସନ୍ନି ଏବଂ ଉରି: ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଆଦି ହିନ୍ଦୀ ଚଳଚ୍ଚିତ୍ରର ନାୟିକା ସାଜି ଦର୍ଶକଙ୍କୁ ବିମୋହିତ କରିଛନ୍ତି ୟାମୀ। ହିମାଚଳୀ ଝିଅ ୟାମୀ ପ୍ରଥମେ କନ୍ନଡ଼ ଫିଲ୍ମ ‘ଉଲ୍ଲାସ ଉତ୍ସାହ’ରେ ଅଭିନୟ କରିଥିଲେ। ପରେ ୟାମୀ ପଞ୍ଜାବୀ ମୁଭି ‘ଏକ ନୁର’, ମାଲୟଲାମ ମୁଭି ‘ହିରୋ’, ତାମିଲ ମୁଭି ‘ଗୌରବମ୍’ ଏବଂ ତେଲୁଗୁ ମୁଭି ‘ନୁଭିଲା’ ଓ ‘ଯୁଦ୍ଧମ୍‌’ ଆଦିରେ ଦେଖିବାକୁ ମିଳିଛନ୍ତି।

ଦିଲ୍ଲୀରେ ଜନ୍ମିତ ଆଦିତ୍ୟ ଧର କିନ୍ତୁ କାହାଣୀ ପରିକଳ୍ପନା, ନିର୍ଦ୍ଦେଶନା, ଚିତ୍ରନାଟ୍ୟ ପ୍ରସ୍ତୁତି, ସଂଳାପ ଓ ଗୀତ ରଚନା କରନ୍ତି। ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ର ନିର୍ଦ୍ଦେଶନା ଦେଇଥିବା ଆଦିତ୍ୟ ୬୬ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ ହୋଇଥିଲେ। ପୂବର୍ରୁ କାବୁଲ୍‌ ଏକ୍ସପ୍ରେସ, ହାଲ-ଏ-ଦିଲ, ୱାନ ଟୁ ଥ୍ରି, ଡାଡି-କୁଲ, ଆକ୍ରୋଶ, ତେଜ ଆଦି ଚଳଚ୍ଚିତ୍ରରେ ସେ ପୃଥକ ପୃଥକ କାମରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ