ଖେଳ ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ୟର୍କର କିଙ୍ଗଙ୍କ ବ୍ୟକ୍ତିଗତ ଜୀବନ, ଦିଓଳି- ଦିମୁଠା ଖାଇବାକୁ ସଂଘର୍ଷ କରୁଛି ପରିବାର

ନୂଆଦିଲ୍ଲୀ ୨୬/୧୧: ଶ୍ରୀଲଙ୍କାର ଷ୍ଟାର ବୋଲର ଲସିଥ ମାଲିଙ୍ଗା ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଜଣାଯାଆନ୍ତି। ମାଲିଙ୍ଗାଙ୍କ ବୋଲିଂରେ ଘାଇଲା ହୁଅନ୍ତି ବହୁ ବଡ଼ ବଡ଼ ବ୍ୟାଟ୍ସମ୍ୟାନ୍‌। ପଡ଼ିଆରେ ବାଘ ଭଳି ଆକ୍ରାମକ ଢ଼ଙ୍ଗରେ ମାଲିଙ୍ଗାଙ୍କ ବୋଲିଂ ଯୁବପିଢ଼ୀଙ୍କୁ ବେଶ ଉତ୍ସାହିତ କରେ। ଯବୁ ପ୍ଲେୟରଙ୍କ ଆଇକନ୍ ଭାବେ ମାଲିଙ୍ଗା ପରିଚିତ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତବର୍ଷ କଲମ୍ବୋରେ ନିଜ ଟିମ୍‌କୁ ବଂଲାଦେଶ ବିପକ୍ଷରେ ୯୧ ରନ୍‌ରେ ବିଜୟ ଭେଟି ଦେଇ ଓ୍ବାନ୍‌ଡେ କ୍ରିକେଟରୁ ବିଦାୟ ନେଇଥିଲେ ମାଲିଙ୍ଗା।

ସେପଟେ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଦୀର୍ଘ ଦିନ ଧରି ଖେଳିଆସୁଛନ୍ତି ମାଲିଙ୍ଗା। କିନ୍ତୁ ଏଥର ବ୍ୟକ୍ତିଗତ କାରଣ ପାଇଁ ତାଙ୍କୁ ଆଇପିଏଲ୍‌ରେ ଦେଖିବାକୁ ମିଳିନଥିଲା। ୨୨୬ ଓ୍ବାନ୍‌ଡେରୁ ୩୩୮ ଓ୍ବିକେଟ ନେଇ ନବମ ସ୍ଥାନ ଅଧିକାର କରିଛନ୍ତି ଏହି ଦ୍ରୁତ ବୋଲର । ତେବେ କ୍ରିକେଟରୁ ବହୁତ ଟଙ୍କା ରୋଜଗାର କରୁଛନ୍ତି ମାଲିଙ୍ଗା।

କୋଟି କୋଟି ଟଙ୍କାର ମାଲିକ ଲସିଥ ମାଲିଙ୍ଗାଙ୍କ ଜୀବନ ଶୈଳୀ ବେଶ ଉଚ୍ଚକୋଟୀର। କିନ୍ତୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ଏକ ରିପୋର୍ଟ ଅନୁସାରେ ମାଲିଙ୍ଗାଙ୍କ ବାପା-ମା’ ଗାଲେ ସ୍ଥିତ ରଥମାମାରେ ଏକ ଘରେ ରହୁଛନ୍ତି। ଏକ ମହଲା କୋଠାରେ ରହୁଥିବା ମାଲିଙ୍ଗାଙ୍କ ମା’ ସିଲାଇ କରି ଘରର ଗୁଜୁରାଣ ମେଣ୍ଟାଉଛନ୍ତି। ପଲିଷ୍ଟର କପଡ଼ା ସିଲାଇ କରନ୍ତି ମାଲିଙ୍ଗାଙ୍କ ମା’। କିନ୍ତୁ ଏବେ ଆର୍ଥିକ ସ୍ଥିତି ଏତେ ଖରାପ ଯେ ତାଙ୍କ ବାପା-ମା’ ଦୁଇ ଓଳି ଖାଇବାକୁ ବି ସଂଘର୍ଷ କରୁଛନ୍ତି।

ମାଲିଙ୍ଗା ୧୦ ବର୍ଷ ହେଲା ତାଙ୍କ ବାପା-ମା’ଙ୍କୁ ସାକ୍ଷାତ କରିବାକୁ ଯାଇନାହାନ୍ତି। ତେବେ ଘରକୁ ନଆସିବାକୁ ନେଇ ତାଙ୍କ ମା’ ସ୍ବର୍ଣ୍ଣା କୁହନ୍ତି ଯେ, ବୋଧହୁଏ ମାଲିଙ୍ଗା ବହୁ ବ୍ୟସ୍ତ ରହୁଛନ୍ତି ସେଥିପାଇଁ ଆସି ପାରୁନାହାନ୍ତି। ଏମିତି ମଧ୍ୟ ତାଙ୍କ ମା’ କୁହନ୍ତି ଯେ, ବୋଧହୁଏ ତାଙ୍କୁ (ମାଲିଙ୍ଗା) କଲମ୍ବୋରେ ବଞ୍ଚିବା ପସନ୍ଦ ଆସିଯାଇଛି। ସେ ଯେଉଁଠି ଖୁସି ଆମେ ବି ଖୁସି ବୋଲି ତାଙ୍କ ମା​‌’ ମଧ୍ୟ କହିଛନ୍ତି। କହିରଖୁଛୁ, ୨୦୦୪ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ଏସିଥ ମାଲିଙ୍ଗା ୩୦ ଟେଷ୍ଟରେ ୧୦୧, ୨୨୬ ଓ୍ବାନଡେରୁ ୩୩୮ ଓ ୮୪ ଟି-୨୦ମ୍ୟାଚ୍‌ରୁ ୧୦୭ ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ