ରାଜ୍ୟ

‘ହ୍ୟାକାଥନ୍‌ ଉଦ୍ଭାବନ ପାଇଁ ସୁଯୋଗ ଦିଏ’

ରାଉରକେଲା: ଏନ୍‌ଆଇଟିରେ ଦୁଇଦିନିଆ ହ୍ୟାକାଥନ୍‌ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟକ ଅନୁଷ୍ଠାନର ନିର୍ଦ୍ଦେଶକ କେ. ଉମାମହେଶ୍ବର ରାଓ କହିଲେ, ବର୍ତ୍ତମାନର ୫ଜି ଓ ଆଗାମୀ ୬ଜି ଟେକ୍ନୋଲୋଜିର ଅଗ୍ରଗତି ସହିତ କୃତ୍ରିମ ବୁଦ୍ଧିମତାର ସମ୍ମିଶ୍ରଣ ଛାତ୍ରଛାତ୍ରୀମାନଙ୍କ ପାଇଁ ସାମାଜିକ ସମସ୍ୟାକୁ ଅଧିକ ପ୍ରଭାବଶାଳୀ ଓ ଦକ୍ଷତାର ସହ ସମାଧାନ କରିବାକୁ ନୂଆ ରାସ୍ତା ଖୋଲିଛି। ପ୍ରାୟ ୩୨ ଶହ ପିଲା ପଞ୍ଜିକରଣ କରି କୋଡିଂ, ପ୍ରୋଗ୍ରାମିଂ, ବୈଷୟିକ ଦକ୍ଷତା ମାଧ୍ୟମରେ ପରିବର୍ତ୍ତନ ଆଣିବାକୁ ସେମାନଙ୍କର ଉତ୍ସାହ ପ୍ରଦର୍ଶନ କରିବା ପ୍ରଶଂସନୀୟ। ଟେକ୍ନିକାଲ ସୋସାଇଟି ମୁଖ୍ୟ ପ୍ରଫେସର କୌସ୍ତଭ ଚୌଧୁରୀ କହିଲେ, ହ୍ୟାକାଥନ୍‌ ହେଉଛି ଏଥିକାଲ୍‌ ହ୍ୟାକର୍‌ମାନଙ୍କ ପାଇଁ ମାରାଥାନ ସଦୃଶ। କିନ୍ତୁ ସେମାନେ ମାରାଥନଭଳି ଦୌଡ଼ିବା ପରିବର୍ତ୍ତେ ବାସ୍ତବ ଦୁନିଆର ସମସ୍ୟାଗୁଡ଼ିକୁ ପ୍ରୋଗ୍ରାମିଂ, ଡିଜାଇନ୍ ଆଦି ମାଧ୍ୟମରେ ନିଜ ନିଜ ଦକ୍ଷତା ବ୍ୟବହାରକରି ସମାଧାନ କରିଥାନ୍ତି। ହ୍ୟାକାଥନ୍‌ରେ ଅଂଶଗ୍ରହଣକାରୀ ଏକ ନିର୍ଦ୍ଦିଷ୍ଟ ସମୟରେ ଆପ୍, ୱେବସାଇଟ୍, କିମ୍ବା ସଫ୍ଟୱେୟାର୍ ଟୁଲ୍ ଆଦି ତିଆରି କରିଥାନ୍ତି।

ଟେକ୍ନୋଲୋଜି, କୋଡିଂ ପ୍ରତି ରୁଚି ରଖୁଥିବା ପିଲାଙ୍କ ପାଇଁ ଶିକ୍ଷାଲାଭ କରିବା ଓ ନୂତନ ଉଦ୍ଭାବନ ତଥା କିଛି ଉପଯୋଗୀ ସୃଷ୍ଟି କରିବାକୁ ଶ୍ରେଷ୍ଠ ମାଧ୍ୟମ। ଉଲ୍ଲେଖଯୋଗ୍ୟ, ଏନ୍‌ଆଇଟିର ଷ୍ଟୁଡେଣ୍ଟ୍‌ ଆକ୍ଟିଭିଟି ସେଣ୍ଟର୍‌(ସାକ୍‌)ର ଟେକ୍ନିକାଲ ସୋସାଇଟି ପକ୍ଷରୁ ତଥା ଗୁଗୁଲ୍‌ ଡେଭେଲପର୍‌ ଷ୍ଟୁଡେଣ୍ଟ୍‌ କ୍ଲବ ଓ ଓପନ୍‌କୋଡ୍‌ କ୍ଲବର ସହଯୋଗରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ୩୨ଶହ ଛାତ୍ରଛାତ୍ରୀ ପଞ୍ଜିକୃତ କରିଥିବାବେଳେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନର ୨୪୦ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ମେଜର ଲିଗ୍‌ ହ୍ୟାକିଂ(ଏମ୍‌ଏଲ୍‌ଏଚ୍‌) ପ୍ରଶିକ୍ଷିକା ରିତ୍‌ଭି ମିଶ୍ର ଓ ସଫ୍ଟୱେୟର ଇଞ୍ଜିନିଅର ଗୁଲାମ ମୋଇନୁଦ୍ଦିନ ହ୍ୟାକାଥନ ପ୍ରତିଯୋଗିତାରେ ବିଚାରକ ଦାୟିତ୍ବ ତୁଲାଇବେ। ଟେକ୍ନିକାଲ କ୍ଲବର ଉପସଭାପତି ପ୍ରଫେସର ତୀର୍ଥଙ୍କର ସରକାର, ଓପନ୍‌କୋଡ୍‌ କ୍ଲବ ଉପଦେଷ୍ଟା ପ୍ରଫେସର ସୁମନ୍ତ ପାଇନ୍‌ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।