କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ହୋଲି ଖେଳିବା ପରେ ସାର୍ଟରେ ଲାଗୁଥିବା ଦାଗକୁ ଏହି ସହଜ ଉପାୟରେ ଛଡ଼ାନ୍ତୁ

ରଙ୍ଗର ପର୍ବ ହୋଲି ବଡ଼ମାନଙ୍କଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି କରିଥାଏ। ଏହି ଦିନ ଲୋକମାନେ ପରସ୍ପରକୁ ରଙ୍ଗ ଲଗାଇ ହୋଲି ପାଳନ କରିଥାନ୍ତି । କିନ୍ତୁ କିଛି ଲୋକ ହୋଲି ଖେଳିବା ପାଇଁ ଅବିର/ଫଗୁର ବ୍ୟବହାର ନ କରି ଗାଢ଼ା ରଙ୍ଗ ବ୍ୟବହାର କରିଥାଆନ୍ତି । ବେଳେବେଳେ ଏହି ଗାଢ଼ ରଙ୍ଗ ଆପଣଙ୍କ ପସନ୍ଦର ପୋଷାକକୁ ଖରାପ କରି ଦେଇଥାଏ, ଯାହା ଆପଣଙ୍କ ହୋଲିର ମଜାକୁ ଖରାପ କରି ଦେଇଥାଏ । ତେବେ ଯଦି ଆପଣଙ୍କ ପୋଷାକ ଗାଢ଼ା ରଙ୍ଗ ପାଇଁ ଖରାପ ହୋଇ ଯାଉଛି ତେବେ ଏହି ଉପାୟରେ ତାକୁ ସଫା କରନ୍ତୁ । ଆଜି ଆମେ ଜଣାଇବୁ କେଉଁ ଘରୋଇ ଉପାୟକୁ ବ୍ୟବହାର କରି ଆପଣମାନେ ଗାଢ଼ ଦାଗ ଲାଗିଥିବା ପୋଷାକୁ ସଫା କରି ପାରିବେ ।

୧. ଟୁଥ୍‌ପେଷ୍ଟ : ଯଦି ଆପଣଙ୍କ ପୋଷାକରେ କିଛି ଗାଢ଼ା ରଙ୍ଗ ଲାଗି ଯାଇଛି, ତେବେ ଟୁଥ୍‌ପେଷ୍ଟକୁ ବ୍ୟବହାର କରି ଆପଣ ସେହି ଦାଗକୁ ଛଡ଼ାଇ ପାରିବେ । ସେଥିପାଇଁ ଜେଲ୍‌ ଟୁଥ୍‌ପେଷ୍ଟକୁ ଦାଗ ଉପରେ ଲଗାଇ ତାଙ୍କୁ ଶୁଖିବାକୁ ଦିଅନ୍ତୁ । ଏହା ପରେ ଡିଟରଜେଣ୍ଟ ସାହାଯ୍ୟରେ ତାକୁ ସଫା କରି ଦିଅନ୍ତୁ । ଦେଖିବେ ପୁରା ଦାଗ ଦୂର ହୋଇଯିବ ।

୨.ବାଲି କାଗଜ : ଘରର ବିଭିନ୍ନ କାମରେ ବାଲି କାଗଜ ଆପଣ ବ୍ୟବହାର କରିଥିବେ । ସାଧାରଣତଃ କବାଟରେ ରଙ୍ଗ ଦେବା ପୂର୍ବରୁ ବାଲି କାଗଜରେ ଭଲ କରି ଘସି ତା’ ପରେ ରଙ୍ଗ ଦିଆ ଯାଇଥାଏ । ସେହିଭଳି ଭାବରେ ବାଲିକାଗଜକୁ ଦାଗ ଲାଗିଥିବା ସ୍ଥାନରେ ଭଲ କରି ଘସିବା ସହ ଡିଟରଜେଣ୍ଟରେ ଧୋଇ ଦିଅନ୍ତୁ । ଦାଗ ସଫା ହୋଇଯିବ ।

୩.ଆଲ୍‌କହଲ : ହୋଲିକୁ ଭଲ ଭାବରେ ପାଳନ କରି ସାରିବା ପରେ ଦାଗ ଲାଗିଥିବା ପୋଷାକକୁ ଆଲ୍‌କହଲରେ ୧୫-୨୦ମିନିଟ୍‌ ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ । ୨୦ମିନିଟ୍‌ ପରେ ପୋଷାକକୁ ଡିଟରଜେଣ୍ଟରେ ଭଲ କରି ସଫା କରିବା ସହ ଧୋଇ ଦିଅନ୍ତୁ । ଏହା ପରେ କପଡ଼ା ଚମକିବାକୁ ଲାଗିବ ।
୪. ହ୍ଵାଇଟ୍‌ ଭିନେଗାର : ହୋଲିରେ ପିନ୍ଧିଥିବା ପୋଷାକକୁ ଗୋଟେ କପ ହ୍ଵାଇଟ୍‌ ଭିନେଗାରରେ ବୁଡ଼ାଇ ରଖନ୍ତୁ । ଏହା ପରେ ଭଲ କରି ସଫା କରି ନିଅନ୍ତୁ । ସବୁ ଦାଗ ସଫା ହୋଇଯିବ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ