ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : କଟକ ସହରରେ ହୋଲିରେ କୌଣସି ବ୍ୟବସାୟୀ ରାସାୟନିକ ରଙ୍ଗ ବ୍ୟବହାର କରିପାରିବେ ନାହିଁ। କେବଳ ହର୍ବାଲ୍ ରଙ୍ଗ ବ୍ୟବହାର କରିବେ। କେହି ବ୍ୟବସାୟୀ ନିୟମ ଭାଙ୍ଗିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୁଲିସ ଚେତାବନୀ ଦେଇଛି।
ସୂଚନା ଅନୁଯାୟୀ, ହୋଲିରେ ରାସାୟନିକ ରଂଗ ଉପରେ କଟକଣା ଲାଗିଥିବା ବେଳେ ଆଇନଶୃଙ୍ଖଳା ଉପରେ ମଧ୍ୟ କଡ଼ା ନଜର ଦେବାକୁ ସମସ୍ତ ଜୋନ୍ ଓ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ହୋଲିରେ ନିଶାସକ୍ତ ଯୁବକମାନେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି। ଏଥିପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୋଟ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। କଟକ ସହରକୁ ୬ଟି ସେକ୍ଟର୍ରେ ଭାଗ କରାଯାଇଛି। ଜୋନ୍ୱାରି ଏସିପିମାନେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବେ।
ଗୁରୁତ୍ୱପୂର୍ଣ୍ଣ ଛକ ଅଞ୍ଚଳରେ ଅସ୍ଥାୟୀ ପୋଷ୍ଟ ଖୋଲାଯିବ। ଜୋନ୍ୱାରି ଥିବା ଥାନାଗୁଡ଼ିକରେ ୨୨ ପିସିଆର୍ ଭ୍ୟାନ୍ ଓ ୪୦ ବାଇକ୍ ପିସିଆର୍ ମୁତୟନ କରାଯାଇଛି। ପୁରା ସହରର ସୁରକ୍ଷା ଦାୟିତ୍ୱରେ ୨ଜଣ ଏଡିସିପି ପାହ୍ୟାର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଡିସିପି ପିନାକ ମିଶ୍ର ସିଧାସଳଖ ସ୍ଥିତି ଉପରେ ନଜର ରହିବେ। ଏହାସହିତ ନଦୀରେ ଗାଧୋଇବା ବେଳେ ଅଘଟଣ ଘଟିବାର ଆଶଂକା ଥିବାରୁ ଅଗ୍ନିଶମ ଓ ଓଡ୍ରାଫ୍ ପକ୍ଷରୁ ମହାନଦୀ ଓ କାଠଯୋଡ଼ିର ପ୍ରମୁଖ ଘାଟରେ ବୋଟ୍ ପାଟ୍ରୋଲିଂ କରାଯିବାକୁ ଯୋଜନା କରାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l