ରାଜ୍ୟ

ହୋଟେଲ ସିସିଟିଭି କ୍ୟାମେରା‌ରେ ପିହୁ ଅପହର୍ତ୍ତା

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ଥିବା ହୋଟେଲ ପାର୍ବତୀ ରେସିଡେନ୍ସି ସିସିଟିଭି କ୍ୟାମେରା‌ରେ କଏଦ ହୋଇଛନ୍ତି ଦେବଗଡ଼ ପିହୁ ଅପହରଣକାରୀ। ୧୮ ତାରିଖରେ ଦେବଗଡ଼ର ଶିଶୁକନ୍ୟା ପିହୁ ଅଗ୍ରୱାଲକୁ ଅପହରଣ କରି ଦୁର୍ବୃତ୍ତମାନେ ସୁନ୍ଦରଗଡ଼ ନେଇ ଆସିଥିଲେ। ଏକ ଧଳାରଙ୍ଗର କାର୍‌ରେ ଆସି ମିସନରୋଡ୍‌ସ୍ଥ ହୋଟେଲ ପାର୍ବତୀ ରେସିଡେନ୍ସି ନିକଟରେ ଅଟକିଥିଲେ। ରାତି ପ୍ରାୟ ୧୦ଟା ୩୭ମିନିଟ୍‌ରେ ହୋଟେଲ ଭିତରକୁ ୨ ଜଣ ଦୁର୍ବୃତ୍ତ ଯାଇ କୋଠରି ଖାଲି ଅଛି କି ବୋଲି ପଚାରିଥିଲେ। ହୋଟେଲ ମ୍ୟାନେଜର ଯୁଗଳ କିଶୋର ପ୍ରଧାନ କେତେଜଣ ରହିବେ ପଚାରିବାରୁ ସେମାନେ ପୁରୁଷ ୩ ଜଣ ଓ ୬ ବର୍ଷର ଝିଅଟେ ଅଛି କହିଥିଲେ।

ପରେ ଦୁର୍ବୃତ୍ତମାନେ ଉପରମହଲାକୁ ଯାଇ କୋଠରି ‌ଦେଖିବା ପରେ ରହିବାକୁ ଚାହିଁଥିଲେ। ମାତ୍ର ମ୍ୟାନେଜର ଆଧାର ପରିଚୟପତ୍ର ମାଗିବାରୁ ଦୁହେଁ ଦୋଦୋପାଞ୍ଚ ହୋଇ ପରିଚୟପତ୍ର ଦେଇ ନଥିଲେ। ବିନା ପରିଚୟପତ୍ରରେ କୋଠରି ଦେବାକୁ ମ୍ୟାନେଜର ମନା କରିବାରୁ ପାଖାପାଖି ୧୩ ମିନିଟ୍‌ ପରେ ୧୦ଟା ୫୦ରେ ସେମାନେ ହୋଟେଲରୁ ବାହାରି ଯାଇଥିଲେ। ଏଠାରୁ ବଡ଼ଗାଁ ଆଡ଼କୁ ଯାଇଥିବା ସୂଚନା ରହିଛି। ହୋଟେଲର ସିସିଟିଭି କ୍ୟାମେରାରେ ଏସବୁ ଦୃଶ୍ୟ କଏଦ ହୋଇଛି। ସିସିଟିଭି ଫୁଟେଜ୍‌ରେ ଦୁର୍ବୃତ୍ତମାନଙ୍କ ଚେହେରା ସ୍ପଷ୍ଟ ଜଣାପଡ଼ୁଥିବାବେଳେ ଦେବଗଡ଼ ପୁଲିସ ତାକୁ ଆଧାରକରି ସେମାନଙ୍କୁ ଠାବ କରିବାକୁ ଜୋରସୋର ଉଦ୍ୟମ ଚଲାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।