ଦେଶ ବିଦେଶ ସ୍ୱାସ୍ଥ୍ୟ

ହୋମିଓପାଥିକ୍‌ ଚିକିତ୍ସା‌ରେ କରୋନା ଆକ୍ରାନ୍ତ ସୁସ୍ଥ ହୋଇପାରିବେ

ବାଲେଶ୍ବର : ଦିନକୁ ଦିନ କରୋନା ଅଧିକରୁ ଅଧିକ ଘାତକ ହେବାରେ ଲାଗିଛି। ବିଶେଷକରି ନୂଆ ଷ୍ଟ୍ରେନ୍‌ ଯୋଗୁଁ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ଏନେଇ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ‘ସମ୍ବାଦ’ ହୋମିଓପାଥିକ୍‌ ଡାକ୍ତର ତାରାକାନ୍ତ ଦାସଙ୍କଠାରୁ ମତାମତ ନେଇଥିଲା। ହୋମିଓପାଥିକ୍‌ ଚିକିତ୍ସା ଦ୍ବାରା କିଭଳି କରୋନା ଆକ୍ରାନ୍ତ ସୁସ୍ଥ ହୋଇପାରିବେ, ତା’ ଉପରେ ସେ ଆଲୋଚନା କରିଥିଲେ।

କରୋନା ସମୟରେ ଶରୀରରେ କ’ଣ ସବୁ ଲକ୍ଷଣ ଦେଖା ଦେଇଥାଏ?
କରୋନା ଶ୍ବାସନଳୀ ସମ୍ବନ୍ଧୀୟ ରୋଗ। ଏହା ଖୁବ୍‌ଶୀଘ୍ର ଶ୍ବାସନଳୀ ଏବଂ ଫୁସ୍‌ପୁସ୍‌ର କ୍ଷତି କରିଥାଏ। କରୋନା ହେଲେ ସାଧାରଣତଃ ଥଣ୍ଡା, ଜ୍ବର, ଧଇଁସଇଁ ହେବା, କାଶ, ତଣ୍ଟିବଥା, ଆଖି ଓ ମୁହଁ ଫୁଲିବା, ମୁଣ୍ଡବିନ୍ଧା, ଝାଡ଼ାହେବା ଇତ୍ୟାଦି ଲକ୍ଷଣ ଦେଖାଯାଇଥାଏ।

କେଉଁ ଔଷଧ ଖାଇବେ?
ଏହା ଏକ ନୂଆ ଭୂତାଣୁ। ହେଲେ ଉପଯୁକ୍ତ ଚକିତ୍ସା ଏବଂ ସାବଧାନତା ଅବଲମ୍ବନ କଲେ ଜଣେ କରୋନା ଆକ୍ରାନ୍ତ ସପ୍ତାହକ ମଧ୍ୟରେ ସୁସ୍ଥ ହୋଇପାରିବେ। ତେବେ କାହା କାହା ମଧ୍ୟରେ ୨ସପ୍ତାହ ପର୍ଯ୍ୟନ୍ତ ସମୟ ଲାଗିପାରେ। ଏଥିପାଇଁ ଆର୍‌ସେନିକ୍‌(୬ ବା ୩୦) ପାୱାର ଏବଂ ନେଟ୍ରାମ୍‌ ସଲ୍ଭ୍(୩୦ ବା ୨୦୦) ପାୱାର ଔଷଧ ସେବନ କରିବାକୁ ପଡ଼ିବ। ଏହି ଔଷଧକୁ ସକାଳ ଓ ସନ୍ଧ୍ୟା ସମୟରେ ଖାଲିପେଟରେ ଖାଇବାକୁ ହେବ। ୧୨ରୁ ୫୦ ବର୍ଷ ବୟସର ବ୍ୟକ୍ତି ଏହି ଔଷଧ ସେବନ କରିପାରିବେ। ଛୋଟ ପିଲାମାନେ ଉଚ୍ଚ ଶକ୍ତି ବଦଳରେ କମ୍‌ ଶକ୍ତିର ଔଷଧ ଖାଇବେ।

କ’ଣ ଖାଇବେ ନାହିଁ?
କରୋନା ସାଧାରଣତଃ ଥଣ୍ଡା ପରିବେଶ ବା ଥଣ୍ଡା ଶରୀରରେ ଶୀଘ୍ର ବ୍ୟାପିଥାଏ। ତେଣୁ ଏହି ସମୟରେ ଆଦୌ ଆମିଷ ଖାଇବେ ନାହିଁ। ସେହିପରି ଦହି, ପାଚିଲା କଦଳୀ, କାକୁଡ଼ି, ଆଇସ୍‌କ୍ରିମ୍‌, ମୃଦୁ ପାନୀୟ ଆଦି ଥଣ୍ଡା ଜାତୀୟ ଖାଦ୍ୟ ଖାଇବେ ନାହିଁ।

କେଉଁମାନେ ଅଧିକ ଯତ୍ନବାନ ‌ହେବେ?
କରୋନା ନୂତନ ଷ୍ଟ୍ରେନ୍‌ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳି ଥିବାରୁ ସମସ୍ତେ ମାସ୍କ ପରିଧାନ କରିବା ସହ ସାନିଟାଇଜ୍‌ କରିବା ଓ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦେ‌ବେ। ବିଶେଷ କରି ଶ୍ବାସ ରୋଗୀ, ମଧୁମେହ ରୋଗୀ, ହୃଦରୋଗୀ, ବାତ‌‌ରୋଗୀ, ଗର୍ଭବତୀ ମହିଳା ଅଧିକ ସତର୍କତା ଅବଲମ୍ବନ କରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ