ରାଜ୍ୟ

ହେଲିକପ୍ଟରରେ ମନ୍ତ୍ରୀଙ୍କ ଗସ୍ତକୁ ସମାଲୋଚନା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆପଡ଼ା: ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଆଦର୍ଶ ସ୍କୁଲ ବାର୍ଷିକ ଉତ୍ସବରେ ଯୋଗଦେବାକୁ ଭୁବନେଶ୍ବରରୁ ନୂଆପଡ଼ା ହେଲିକପ୍ଟର୍‌ରେ ଆସିବାକୁ କେନ୍ଦ୍ରକରି ଆଲୋଚନା ଚାଲିଛି। ଉକ୍ତ ଗସ୍ତବେଳେ ଗୋଟିଏ ଏକମାତ୍ର ସରକାରୀ କାର୍ଯ୍ୟକ୍ରମଟିର ଉଲ୍ଲେଖ ରହିଥିବା ବେଳେ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ସେ ଅଧିକ ସମୟ ବିତାଇଥିବା ଅନ୍ୟମାନଙ୍କ ସମେତ ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ରାଜ୍ୟସଭା ସାଂସଦ ସୁଜିତ କୁମାର ମଙ୍ଗଳବାର ନୂଆପଡ଼ା ଗସ୍ତରେ ଆସିଥିଲେ।

ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ଆସି ବେଲଟୁକୁରୀ ଖେଳ ପଡ଼ିଆରେ ଅବତରଣ କରିଥିଲେ। ନେଗିପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ୪୫ ମିନିଟ ରହି ମନ୍ତ୍ରୀ ଭୁବନେଶ୍ବର ଫେରି ଯିବାର କାର୍ଯ୍ୟକ୍ରମ ରହିଥିଲା। ଉତ୍ସବରେ ମନ୍ତ୍ରୀ ମାତ୍ର ୨୦ ମିନିଟ୍‌ ରହିବା ପରେ ବେଲଟୁକୁରୀ ଗାଁର ଜଣେ ବ୍ୟକ୍ତିଙ୍କ ଘରକୁ ଯାଇ ପ୍ରାୟ ୪୫ ମିନିଟ ସେଠାରେ ରହିଥିବା ଆଲୋ​ଚନା ହେଉଛି। ଉକ୍ତ ବ୍ୟକ୍ତିଙ୍କ ନାମରେ ୨୦୧୯ ମସିହାରେ ବେଲଟୁକୁରୀ ଥାନାରେ ଶ୍ରମିକ ଚାଲାଣ ମାମଲା ରୁଜୁ ହୋଇଥିଲା। ବର୍ତ୍ତମାନ ମାମଲାଟି କୋର୍ଟରେ ବିଚାରଧୀନ ରହିଥିବା ଦୃଷ୍ଟିରୁ ମନ୍ତ୍ରୀ ତାଙ୍କ ଘରକୁ ଯାଇ ସମୟ ବିତାଇବା ଦୁର୍ଭାଗ୍ୟର କଥା, ସେଥିପାଇଁ ବିଧାୟକ ଇସ୍ତଫା ଦେବା ଉଚିତ ଶ୍ରୀ ମାଝୀ କହିଛନ୍ତି।

ଏ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ​ଢୋଲକିଆଙ୍କୁ ପଚାରିବାରୁ ବିରୋଧୀଙ୍କ କାମ ବିରୋଧ କରିବା। ନେଗିପାଲିକୁ ଏକ ସରକାରୀ କାର୍ଯ୍ୟରେ ଆସିଥିଲି। ବେଲଟୁକୁରୀ ଗ୍ରାମର ମୋର ଜଣେ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବାରୁ ଦଶାହ କାର୍ଯ୍ୟ ରହିଥିଲା। ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦାନ କରିଥିଲି। ହେଲେ ବିରୋଧୀମାନେ ଏ ବିଷୟରେ ନଜାଣି ବଦନାମ କରୁଛନ୍ତି। ଆମେ ଯେଉଁ କାମ କରୁଛୁ ତାହା ସରକାରଙ୍କ ହିତ ପାଇଁ କରୁଛୁ ବୋଲି ସେ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।