ରାଜ୍ୟ ସ୍ପେଶାଲ ରିପୋର୍ଟ

ହେଲିକପ୍ଟରରେ ବୁହା ହେବେ ରୋଗୀ: ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ପାଇଁ ନିୟୋଜିତ ହେବ ହେଲିକପ୍ଟର

ଭୁବ‌ନେଶ୍ବର: ରାଜ୍ୟରେ ଯେକୌଣସି ସ୍ଥାନରେ ଭୟାବହ ଦୁର୍ଘଟଣା ଘଟିଲେ ବା ଅପହଞ୍ଚ ସ୍ଥାନରେ କୌଣସି ବ୍ୟକ୍ତି ଜରୁରୀକାଳୀନ ଚିକିତ୍ସା ପାଇବାର ଥିଲେ ରାଜ୍ୟ ସରକାର ତୁରନ୍ତ ହେଲିକପ୍ଟର ପଠାଇ ବଡ଼ ହସ୍ପିଟାଲକୁ ଆଣିବେ। ଏଥିପାଇଁ ରାଜ୍ୟ ସରକାର ଗୋଟିଏ ହେଲିକପ୍ଟର ଭଡ଼ାରେ ଆଣିବେ। ହେଲିକପ୍ଟର ସେବା ଯେପରି ଠିକ୍ ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁ ୪ଟି ମେଡିକାଲ କଲେଜରେ ହେଲିପ୍ୟାଡ୍ ନିର୍ମାଣ ହେବ।
ଏହି ହେଲିକପ୍ଟରରେ ସମସ୍ତ ଜରୁରୀ ଚିକିତ୍ସା ସହ ଟ୍ରମା କେୟାର ସୁବିଧା ବି ମିଳିବ। ବାଣିଜ୍ୟ ଓ ପରିବହନ ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଭଳି ସାରା ରାଜ୍ୟରେ ରୋଗୀମାନଙ୍କୁ ଜରୁରୀ ଚିକିତ୍ସା ଯୋଗାଇବା ଲାଗି ହେଲିକପ୍ଟର ସ୍ବାସ୍ଥ୍ୟ ସେବା ଆରମ୍ଭ ହେବାକୁ ଯାଇଛି।

ଏଥିପାଇଁ ଭୁବନେଶ୍ବର ଏମ୍‌ସ, କଟକର ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ, ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ, ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ହେଲିପ୍ୟାଡ୍ ନିର୍ମାଣ ହେବ। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ତିନିଟି ମେଡିକାଲ କଲେଜ ମଧ୍ୟରୁ କୌଣସି ଗୋଟିଏ ସ୍ଥାନରେ ଆବଶ୍ୟକତା ଅନୁଯାୟୀ ହେଲିକପ୍ଟର ମୁତୟନ ହେବ। ମାସକ ଆଗରୁ ହେଲିକପ୍ଟରଟି କେଉଁଠି ମୁତୟନ ହେବ ସେନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଘରୋଇ ସଂସ୍ଥାକୁ ଅବଗତ କରିବେ। ଅତି କମ୍‌ରେ ୧୦୦ ନଟିକାଲ ମାଇଲ୍‌ସ ବା ୧୮୫କିମି ଦୂରରୁ ରୋଗୀଙ୍କୁ ଆଣିବା ପାଇଁ ହେଲିକପ୍ଟରଟି ଯେପରି ଥରକେ ଉଡ଼ାଣ କରିପାରିବ ସେନେଇ ଅାବଶ୍ୟକୀୟ ଇନ୍ଧନ ରଖିବାକୁ କୁହାଯାଇଛି। ହେଲିକପ୍ଟରଟି ମାସକୁ ସର୍ବନିମ୍ନ ୪୦ଘଣ୍ଟା ଉଡ଼ାଣ କରିବ ବୋଲି ସର୍ତ୍ତ ରଖାଯାଇଛି। ଏହାଠାରୁ କମ୍‌ ଉଡ଼ିଲେ ବି ୪୦ଘଣ୍ଟାର ଦେୟ ରାଜ୍ୟ ସରକାର ଦେବେ। ସେହିପରି ଅଧିକ ଉଡ଼ିଲେ ପ୍ରତି ଘଣ୍ଟା ପିଛା ରାଜ୍ୟ ସରକାର ଅର୍ଥ ପ୍ରଦାନ କରିବେ। ସେହିପରି ଯଦି ହେଲିକପ୍ଟରଟି ଲଗାତର ଦୁଇଦିନ ଉଡ଼ାଣ ଉପଯୋଗୀ ହେବନି ତେବେ ଘରୋଇ ସଂସ୍ଥା ଆଉ ଏକ ହେଲିକପ୍ଟର ନିୟୋଜିତ କରିବେ। ନଚେତ୍ ଜରିମାନା ଦେବାକୁ ପଡ଼ିବ ବୋଲି ସର୍ତ୍ତ ରଖାଯାଇଛି। ଏହାବାଦ୍ ହେଲିକପ୍ଟରଟି ଯଦି ଦୁର୍ଘଟଣାଗସ୍ତ ହୁଏ ତେବେ ରୋଗୀ ଏବଂ ଏଥି‌େର ଥିବା କର୍ମଚାରୀଙ୍କୁ ୫୦ଲକ୍ଷ ଟଙ୍କା ଲେଖାଏ ପ୍ରଦାନ କରିବାକୁ ବୀମା କରାଯିବ। ଦୁର୍ଘଟଣା ଯୋଗୁ ତୃତୀୟ ପକ୍ଷ କାହାର କ୍ଷତି ହେଲେ ତାଙ୍କୁ ୨୫ଲକ୍ଷ ଟଙ୍କା ଦେବାକୁ ବୀମା କରାଯିବ ବୋଲି ସର୍ତ୍ତ ରଖାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।