ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ସୁନ୍ଦରଗଡ଼ : ହେମଗିର ଗର୍ଜନପାହାଡ଼ରେ ମହାବଳ ବାଘ ଦେଖାଯାଇଥିବା ଚର୍ଚ୍ଚା ହେଉଛି। ଏପରିକି ବାଘର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଗର୍ଜନପାହାଡ଼ର ମନୋହରପୁର କୋଇଲା ଖଣି ଡମ୍ପିଂ ଅଞ୍ଚଳରେ ଗତ ଗୁରୁବାର ରାତିରେ ଜଣେ ଡ୍ରାଇଭର ଗାଡ଼ି ନେଇ ଖଣିକୁ ଫେରୁଥିବା ବେଳେ ରାସ୍ତା କଡ଼ରେ ବାଘକୁ ଦେଖି ଭିଡିଓ ଉତ୍ତୋଳନ କରିଥିବା କୁହାଯାଉଛି। ଯଦି ଏହା ସତ ହୋଇଥାଏ, ତାହେଲେ ଜିଲ୍ଲା ପାଇଁ ଏହା ଉତ୍ସାହଜନକ ଖବର ହେବ।
ସୂଚନାଯୋଗ୍ୟ, ୨୦୧୮ ମେ ମାସରେ ଏଠାରେ ଏକ ବିରଳ କଳାବାଘ (ବ୍ଲାକ୍ପାନ୍ଥର) ଠାବ ହୋଇଥିଲା। ପରେ ପରେ ବିରଳ ବାଘ ଆଉ ଗର୍ଜନପାହାଡ଼ରେ ଦେଖିବାକୁ ମିଳି ନଥିଲା। ମହାବଳ ସମ୍ପର୍କରେ ବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ମିରାସେଙ୍କୁ ପଚାରିବାରୁ ସେ କହିଥିଲେ, ‘ହେମଗିର ଅଞ୍ଚଳରେ ମହାବଳ ନାହିଁ। ବାଘର ଭିଡିଓ ଦେଖିଛି, କିନ୍ତୁ ତାହା କେଉଁ ଅଞ୍ଚଳର ସ୍ପଷ୍ଟ ନୁହେଁ। ଆମେ ଏହାର ଅନୁସନ୍ଧାନ କରିବୁ’ ବୋଲି କହିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l