ରାଜ୍ୟ ସ୍ପେଶାଲ ରିପୋର୍ଟ

ହେମଗିର କଳାବାଘର ଖୋଜଖବର ନାହିଁ: ଓଡ଼ିଶା ଜଙ୍ଗଲରେ ଆଉ ଏକ କଳାବାଘ ଦେଖାଦେବା ପରେ ବଢ଼ିଲା ଚର୍ଚ୍ଚା

ହେମଗିର: ଗତ ନଭେମ୍ବର ଶେଷ ସପ୍ତାହରେ ଓଡ଼ିଶା ଜଙ୍ଗଲରେ ଆଉ ଗୋଟିଏ ମେଲାନିଷ୍ଟିକ୍‌ ଟାଇଗର୍‌ ବା କଳାବାଘ ଦେଖାଯାଇଥିବା ନେଇ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍‌) ସୁଶାନ୍ତ ନନ୍ଦ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ସୂଚନା ଦେଇଥିଲେ ବି ତାର ଅବସ୍ଥିତି ସ୍ଥଳକୁ ଗୁପ୍ତ ରଖିଛନ୍ତି। ତେବେ ୨୦୧୮ ମେ ମାସରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିର ରେଞ୍ଜ ଗର୍ଜନପାହାଡ଼ର ସଂରକ୍ଷିତ ଜଙ୍ଗଲରେ ଓଡ଼ିଶାର ପ୍ରଥମ କଳାବାଘ କ୍ୟାମେରାରେ ଟ୍ରାପ୍‌ ହୋଇଥିଲା। ସେତେବେଳେ ବିଭାଗ ଏହାର ଭୌଗୋଳିକ ଅବସ୍ଥିତି ପ୍ରକାଶ କରିଥିଲା। ହେଲେ ସଦ୍ୟ କଳାବାଘର ଭୌଗୋଳିକ ଅବସ୍ଥିତିକୁ ଲୁଚାଇ ରଖିବା ଘଟଣାରେ କିଛି ରହସ୍ୟ ଥିବା ଆଲୋଚନା ହୁଏ। ଯାହାକି ଏହି ବିରଳ ବନ୍ୟପ୍ରାଣୀର ସୁରକ୍ଷା ଦିଗକୁ ଇଙ୍ଗିତ କରୁଥିବା ଅନୁମାନ କରାଯାଉଛି। କାରଣ ୫ ବର୍ଷ ପୂର୍ବେ ହେମଗିର ଜଙ୍ଗଲରେ ଠାବ ହୋଇଥିବା ଓଡ଼ିଶାର ଏହି ପ୍ରଥମ ବିରଳ କଳାବାଘର ବନବିଭାଗ ପାଖରେ ଆଉ କୌଣସି ଖୋଜଖବର ନାହିଁ।

ପ୍ରଥମ କଳାବାଘ ଏବେ ଜୀବିତ ନା ମୃତ ତାହା ବି ରହସ୍ୟ ପାଲଟିଯାଇଛି। ଅବଶ୍ୟ ଦୁଇବର୍ଷ ପୂର୍ବେ କଳାବାଘ ଦୁଇଟି ଛୁଆ ଜନ୍ମକରି ଜଙ୍ଗଲରେ ବୁଲୁଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ତାହା ବି ସ୍ପଷ୍ଟ ହୋଇନଥିଲା। ପ୍ରଥମେ ଟ୍ରାପ୍‌ କ୍ୟାମେରାରେ ଠାବହେବା ପରଠୁ ଉକ୍ତ କଳାବାଘ ଆଉ କାହାରି ନଜରକୁ ଆସିନାହିଁ। ତେଣୁ କଳାବାଘଟି ସୁରକ୍ଷିତ ଥିବାନେଇ ଆଶଙ୍କା ସୃଷ୍ଟି ହେଉଛି। ଏ ସଂପର୍କରେ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାସେଙ୍କ କହିବା ହେଲା, ୨୦୧୮ରେ ମିଳିଥିବା କଳାବାଘର ସ୍ଥିତି ସଂପର୍କରେ ବର୍ତ୍ତମାନ କୌଣସି ଖବର ନାହିଁ। ଏବେ ରାଜ୍ୟରେ ଯେଉଁ କଳାବାଘ ଠାବ ହୋଇଛି, ​ତାହା କେଉଁ ଜଙ୍ଗଲର ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଆମେ ଏ ସଂପର୍କରେ ଜାଣିବା ପାଇଁ ଉଦ୍ୟମ କରୁଛୁ। ଏହି କଳାବାଘକୁ ଠାବ କରିବା ପାଇଁ ବିଭିନ୍ନ ଜଙ୍ଗଲରେ, ବିଶେଷ କରି ହେମଗିର ଜଙ୍ଗଲରେ ବହୁ ସଂଖ୍ୟାରେ ସିସି କ୍ୟାମେରା ଲଗାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।