ରାଜ୍ୟ ସ୍ପେଶାଲ ରିପୋର୍ଟ

ହୃଦ୍‌ଘାତ ଉପରେ ଏମ୍ସର ଅଧ୍ୟୟନ: ସଚେତନତା ଅଭାବରୁ ୫୫ ପ୍ରତିଶତ ମୃତ୍ୟୁ ଘଟିଛି

ନୂଆଦିଲ୍ଲୀ: ନିକଟରେ ଅନୁଷ୍ଠିତ ଏକ ଅଧ୍ୟୟନ ଅନୁଯାୟୀ ମାତ୍ର ୧୦ ପ୍ରତିଶତ ରୋଗୀ ହୃଦ୍‌ଘାତର ଏକଘଣ୍ଟା ଭିତରେ ହସ୍ପିଟାଲରେ ପହଞ୍ଚିଥାନ୍ତି, ଯାହା ସେମାନଙ୍କ ଜୀବନ ରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ। ଯେତେଶୀଘ୍ର ସେମାନଙ୍କୁ ହସ୍ପିଟାଲକୁ ଅଣାଯିବ ଚିକିତ୍ସାରୁ ସେତେ ଅଧିକ ସୁଫଳ ମିଳିବ।
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା, ଯାହାର ରିପୋର୍ଟ ମେଡିକାଲ ଜର୍ଣ୍ଣାଲ ଲାନସେଟରେ ପ୍ରକାଶ ପାଇଛି। ଏମ୍ସର କମ୍ୟୁନିଟି ମେଡିସିନ ସେଣ୍ଟରର ପ୍ରଫେସର ଡ ଆନନ୍ଦ କୃଷ୍ଣନଙ୍କ କହିବା ଅନୁସାରେ, ହରିୟାଣା ଫରିଦାବାଦର ବଲ୍ଲବଗଡ଼ ବ୍ଲକ୍‌ରେ ହୃଦ୍‌ଘାତରେ ମରିଥିବା ଲୋକମାନଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା। ରୋଗୀକୁ ହସ୍ପିଟାଲ ଆଣିବାରେ କାହିଁକି ବିଳମ୍ବ ହେଲା ଏବଂ ହସ୍ପିଟାଲରେ ପହଞ୍ଚିବା ପରେ ତୁରନ୍ତ ଚିକିତ୍ସା ଆରମ୍ଭ କରାଇବା ଲାଗି ସେମାନେ କିକି ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏ ବିଷୟରେ ମୃତକଙ୍କ ପରିବାର ଲୋକଙ୍କୁ ପଚରାଯାଇଥିଲା। ଏମ୍ସର ତିନୋଟି ବିଭାଗ – କାର୍ଡିଓଲୋଜି, ନ୍ୟୁରୋଲୋଜି ଓ କମ୍ୟୁନିଟି ମେଡିସିନ ପକ୍ଷରୁ ଇଣ୍ଡିଆନ କାଉନ୍‌ସିଲ ଅଫ୍ ମେଡିକାଲ ରିସର୍ଚ୍ଚ ପାଣ୍ଠିରେ ଏହି ଅଧ୍ୟୟନ କରାଯାଇଥିଲା।

ଅଧ୍ୟୟନରୁ ଜଣାପଡ଼ିଲା ଯେ ୩୦ରୁ ୪୦ ପ୍ରତିଶତ ଲୋକ ପରିସ୍ଥିତି କାରଣରୁ ହସ୍ପିଟାଲରେ ରୋଗୀକୁ ବିଳମ୍ବରେ ପହଞ୍ଚାଇ ନ ଥିଲେ। ଡ କୃଷ୍ଟନଙ୍କ କହିବା ଅନୁସାରେ ୫୫ ପ୍ରତିଶତ ଲୋକ କ’ଣ ହୋଇଛି ଜାଣିପାରି ନ ଥିଲେ। ରୋଗୀର ହୃଦ୍‌ଘାତ ହୋଇଛି ନା ଷ୍ଟ୍ରୋକ୍ ହୋଇ ନା ଆଉ କିଛି ସେମାନେ ଜାଣିପାରି ନ ଥିଲେ। ଏଣୁ ତୁରନ୍ତ ହସ୍ପିଟାଲ ନେବାର ଆବଶ୍ୟକତା ସେମାନେ ବୁଝିପାରି ନ ଥିଲେ। ୨୦ରୁ ୩୦ ପ୍ରତିଶତ ଲୋକ ରୋଗୀକୁ ହସ୍ପିଟାଲ ନେବା ପାଇଁ ଗାଡ଼ି, ଟଙ୍କା ଆଦି ଅଭାବର ସମ୍ମୁଖୀନ ହୋଇଥିଲେ। ପ୍ରାୟ ୧୦ ପ୍ରତିଶତ ଲୋକ ରୋଗୀକୁ ହସ୍ପିଟାଲରେ ଠିକ୍ ସମୟରେ ପହଞ୍ଚାଇଥିଲେ ମଧ୍ୟ ହସ୍ପିଟାଲରେ ଅନ୍ୟ କାରଣରୁ ଚିକିତ୍ସାରେ ବିଳମ୍ବ ଘଟିଥିଲା। ଏଥିରେ ୪୩୫ ଜଣ ‌ହୃଦ୍‌ଘାତ ମୃତ୍ୟୁ ଉପରେ ଅନୁଧ୍ୟାନ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।