ଦେଶ ବିଦେଶ ରାଜନୀତି

ହୁବ୍‌ଲିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉଲ୍ଲଂଘନ: ଫୁଲମାଳ ଧରି ପଶି ଆସିଲା ବାଳକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବେଙ୍ଗାଲୁରୁ: କର୍ଣ୍ଣାଟକର ହୁବ୍‌ଲିଠାରେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ ଆଜି ୨୯ତମ ନ୍ୟାସନାଲ ୟୁଥ୍‌ ଫେଷ୍ଟିଭାଲ୍‌ର ଉଦ୍‌ଘାଟନ ପାଇଁ ରେଲୱେ ସ୍ପୋର୍ଟସ ଗ୍ରାଉଣ୍ଡକୁ ରୋଡ୍‌ ସୋ’ରେ ଯିବା ସମୟରେ ସୁରକ୍ଷାରେ ବଡ଼ ଧରଣର ଉଲ୍ଲଂଘନ ହୋଇଛି। ମୋଦୀ ଏକ ଏସୟୁଭିରେ ଛିଡ଼ା ହୋଇ ଲୋକଙ୍କୁ ହାତ ହଲାଇ ରୋଡ୍‌ ସୋ’ରେ ଯିବା ସମୟରେ ତାଙ୍କ ନିକଟକୁ ମାଡ଼ି ଆସିଥିଲା ପ୍ରାୟ ଚଉଦ ପନ୍ଦର ବର୍ଷର ବାଳକ। ବାଳକଟି ହାତରେ ଫୁଲମାଳ ଧରି ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ନିକଟକୁ ସାମ୍ନାପଟୁ ଖୁବ୍‌ ଜୋରରେ ଦୌଡ଼ି ଆସିଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କ ଏସ୍‌ପିଜି ସଦସ୍ୟ ସଂପୃକ୍ତ ପିଲାଟିକୁ ଧରି ପକାଇ ବାହାରକୁ ନେଇଯାଇଥିଲେ। ତେବେ ଯିବା ସମୟରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ସଦସ୍ୟ ପିଲାଟିଠାରୁ ଫୁଲମାଳ ଆଣି ପ୍ରଧାନମନ୍ତ୍ରୀଙ୍କୁ ଦେଇଥିଲେ। ପ୍ରଧାନମନ୍ତ୍ରୀ ତାହାକୁ ହାତରେ ଧରିବା ସହିତ ପୁନର୍ବାର ଏସପିଜି ଅଧିକାରୀଙ୍କୁ ଫେରାଇ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ’‌ ବେଳେ ସୁରକ୍ଷାରେ ଏଭଳି ତ୍ରୁଟି ଲୋକଙ୍କୁ ଚକିତ କରିଛି। ସଂପୃକ୍ତ ବାଳକ ପ୍ରଧାନମନ୍ତ୍ରୀଙ୍କ କଡ଼ା ସୁରକ୍ଷା ବଳୟ ଭେଦ କରି ଗାଡ଼ି ନିକଟରେ ଫୁଲମାଳ ଧରି ପହଞ୍ଚିବା ଘଟଣାକୁ ସହଜରେ ଗ୍ରହଣ କରାଯାଇ ପାରିବ ନାହିଁ। ପ୍ରଧାନମନ୍ତ୍ରୀଙ୍କ ହଜାର ହଜାର ସମର୍ଥକ ସ୍ଳୋଗାନ ଦେଉଥିଲେ ମଧ୍ୟ ‌ସେମାନେ ସବୁ ରାସ୍ତାକଡ଼ରେ ବାରିକେଡ୍‌ ପଛରେ ରହିଥିଲେ।

ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ଏହି ସୁରକ୍ଷା ଉଲ୍ଲଂଘନକୁ ଖଣ୍ଡନ କରାଯାଇଛି। ପ୍ରଧାନମନ୍ତ୍ରୀ ଲୋକଙ୍କ ଆଡ଼କୁ ହାତ ହଲାଉଥିଲେ। ଏହି ସମୟରେ ସମ୍ଭବତଃ ପ୍ରଧାନମନ୍ତ୍ରୀ ତାକୁ ଡାକୁଥିବା ଭାବି ପିଲାଟି ଗାଡ଼ି ନିକଟକୁ ପଳାଇ ଆସିଥିଲା ବୋଲି ପୁଲିସ କହିଛି। ଏହା ପୂର୍ବରୁ ଗତବର୍ଷ ଜାନୁଆରି ୫ ତାରିଖରେ ପ୍ରଧାନମନ୍ତ୍ରୀ ପଞ୍ଜାବର ଫିରୋଜପୁରକୁ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ ପାଇଁ ଯିବା ସମୟରେ ବାଟରେ ତାଙ୍କର ସୁରକ୍ଷା ଉଲ୍ଲଂଘନ ହୋଇଥିଲା। କୃଷକମାନଙ୍କ ଆନ୍ଦୋଳନ ଯୋଗୁ ପ୍ରଧାନମନ୍ତ୍ରୀଙ୍କ ଗାଡ଼ି ଗୋଟିଏ ଫ୍ଲାଏଓଭର ଉପରେ ପାଖାପାଖି ୨୦ ମିନିଟ ଧରି ଅଟକି ରହିଥିଲା। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟିର ଅନୁଧ୍ୟାନ ପାଇଁ ଏକ କମିଟି ଗଠନ କରାଯାଇଥିଲା। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଇନ୍ଦୁ ମା‌ଲ‌ହୋତ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ କମିଟି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପରାମର୍ଶ ଦେଇଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର