ରାଜ୍ୟ ସ୍ପେଶାଲ ରିପୋର୍ଟ

ହୀରାକୁଦରେ ଅଣମୌସୁମୀ ଜଳ ହ୍ରାସ ପାଉଛି

ଭୁବନେଶ୍ବର : ହୀରାକୁଦଠାରେ ହାରହାରି ଅଣମୌସୁମୀ ଜଳ ହ୍ରାସ ପାଉଛି। ଏହାଦ୍ବାରା ଅଣମୌସୁମୀ ସମୟରେ ମହାନଦୀର ଜଳ ପ୍ରବାହ ତଟବର୍ତ୍ତୀ ଅଞ୍ଚଳରେ କମୁଥିବା ନଜରକୁ ଆସିଥିବା ସୂଚନା ଦେଇଛନ୍ତି ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ। ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ସାହୁ କହିଛନ୍ତି ଯେ ମହାନଦୀ ଅବବାହିକାର ଉପର ଅଞ୍ଚଳରେ ଛତିଶଗଡ଼ ଅବସ୍ଥିତ। ଛତିଶଗଡ଼ ସରକାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅଣମୌସୁମୀ ସମୟରେ ଜଳ ପ୍ରବାହର ପରିମାଣ କ୍ରମାଗତ ଭାବେ ହ୍ରାସ ପାଉଛି।

ରାଜ୍ୟ ସରକାରଙ୍କ ଆକଳନ ଅନୁଯାୟୀ ମହାନଦୀର ହୀରାକୁଦଠାରେ ଅଣମୌସୁମୀ ଋତୁରେ ହାରହାରି ଜଳ ପ୍ରବାହର ପରିମାଣ ୧୯୯୧-୯୨ରୁ ୨୦୦୪-୦୫ ପର୍ଯ୍ୟନ୍ତ ପ୍ରାୟ ୧.୯୨ ନିୟୁତ ଏକର ଫୁଟ୍‌ ଥିଲା। ପରବର୍ତୀ ସମୟରେ ୨୦୦୫-୦୬ ମସିହାରୁ ୨୦୧୫-୧୬ ପର୍ଯ୍ୟନ୍ତ ହାରହାରି ପ୍ରବାହ ପ୍ରାୟ ୧.୨୫୨ ନିୟୁତ ଏକର ଫୁଟ୍‌କୁ ହ୍ରାସ ପାଇଛି। ସେହିପରି ୨୦୧୬/୧୭ ମସିହାରୁ ୨୦୨୧/୨୨ ପର୍ଯ୍ୟନ୍ତ ହାରହାରି ପ୍ରବାହ କ୍ରମାଗତ ଭାବେ ପ୍ରାୟ ୧.୧୮୭ ନିୟୁତ ଏକର ଫୁଟ୍‌କୁ ହ୍ରାସ ପାଇଛି। ମହାନଦୀ ସମେତ ବିଭିନ୍ନ ନଦୀରେ ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍‌ଚର ନିର୍ମାଣ ଜରିଆରେ ଜଳ ସଂରକ୍ଷଣ ପାଇଁ ୨୦୧୯ରେ ସରକାର ୧୧,୭୧୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।