ଦେଶ ବିଦେଶ ମନୋରଞ୍ଜନ

ହିରୋ ହେବେ ‌ସୋନୁ

ଖଳନାୟକ ସାଜିବେ ନାୟକ। କରୋନା ସଂକଟ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ବାସ୍ତବ ଜୀବନର ହିରୋ ସାଜିଥିବା ଅଭିନେତା ସୋନୁ ସୁଦ୍‌ ଏବେ ଚଳଚ୍ଚିତ୍ରରେ ବି ହିରୋ ହେବେ। ଏନେଇ ସୋନୁଙ୍କ ପାଖରେ ଏବେ ଅଫର୍‌ର ବର୍ଷା। ଏକଦା କେବଳ ଖଳନାୟକ ଭୂମିକା ପାଇଁ ଚଳଚ୍ଚିତ୍ର ନିର୍ମାତାମାନେ ସୋନୁଙ୍କୁ ସାଇନ୍‌ କରୁଥିବା ବେଳେ ଏବେ ସମସ୍ତ ପ୍ରକାର ଭୂମିକା ନେଇ ତାଙ୍କ ପାଖକୁ ଆସୁଛନ୍ତି। ସୋନୁଙ୍କ ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଥିବାରୁ ଏବେ ତାଙ୍କ ପାଖରେ ୪ରୁ ୫ଟି ଭଲ ଚଳଚ୍ଚିତ୍ର ରହିଛି। ଏହି ସବୁ ଚଳଚ୍ଚିତ୍ରରେ ସେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏନେଇ ନିଜେ ସୋନୁ ଏକ ସାକ୍ଷାତକାରରେ କହିଛନ୍ତି। ‘ୱି ଦ ୱିମେନ’ କାର୍ଯ୍ୟକ୍ରମରେ ସୋନୁ ଏ ସଂପର୍କରେ ଖୁଲାସା କରିଛନ୍ତି। ସେ କହିଛନ୍ତି, ୨୦୨୦ ମୋ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ବଦଳାଇ ଦେଇଛି। ଯେଉଁ ଅଭିନେତାକୁ ଲୋକେ କେବଳ ଖଳନାୟକ ବୋଲି ଜାଣିଥିଲେ, ତାକୁ ସେମାନେ ପ୍ରକୃତ ଜୀବନରେ ହିରୋ ସଜାଇ ଦେଇଛନ୍ତି। ସୂଚନାଯୋଗ୍ୟ, ‘ସିମ୍ବା’, ‘ଆର୍‌. ରାଜକୁମାର’, ‘ଅରୁନ୍ଧତୀ’ ଭଳି ଫିଲ୍ମରେ ସୋନୁ ଖଳନାୟକ ଭୂମିକାରେ ନଜର ଆସିଥିଲେ। ଏକ ନୂଆ ଆରମ୍ଭ ଏବଂ ଆଗକୁ ନୂଆ ଚରିତ୍ରରେ ଅଭିନୟ କରିବାକୁ ବେଶ୍‌ ଭଲ ଲାଗିବ ବୋଲି ସୋନୁ କହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ