ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ: ହିନ୍ଦୁ ବିବାହ ଆଇନ ଅନୁଯାୟୀ ଅନ୍ତର୍ଧର୍ମୀୟ (ଧର୍ମ ଧର୍ମ ଭିତରେ) ବିବାହ ଅବୈଧ ଏବଂ ଏହି ଆଇନ ଅନୁଯାୟୀ ହିନ୍ଦୁମାନେ କେବଳ ହିନ୍ଦୁଙ୍କ ସହ ବିବାହ କରିପାରିବେ ବୋଲି ଶୁକ୍ରବାର ସୁପ୍ରିମ୍କୋର୍ଟ କହିଛନ୍ତି। ଜଷ୍ଟିସ୍ କେଏମ୍ ଜୋସେଫ ଓ ବିଭି ନାଗରତ୍ନାଙ୍କ ଖଣ୍ଡପୀଠ ତେଲେଙ୍ଗାନା ହାଇକୋର୍ଟଙ୍କ ଅଗଷ୍ଟ ୨୦୧୭ର ଏକ ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରି ଏହା କହିଛନ୍ତି।
ପୂର୍ବରୁ ଭାରତୀୟ ପିଙ୍ଗଳ କୋଡ୍ର ୪୯୪ ଧାରା ଅନୁଯାୟୀ ପିଟିସନରଙ୍କ ବିରୋଧରେ ଚାଲିଥିବା ମାମଲାକୁ ରଦ୍ଦ କରିଦେବା ପାଇଁ ତେଲେଙ୍ଗାନା ହାଇକୋର୍ଟ ମନା କରିଦେଇଥିଲେ। ଧାରା ୪୯୪ ଅନୁଯାୟୀ ସ୍ବାମୀ ବା ସ୍ତ୍ରୀ ଜୀବିତ ଥାଇ ଦ୍ବିତୀୟ ବିବାହ କରିବା ବେଆଇନ। ସେଥିପାଇଁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଓ ଜରିମାନାର ପ୍ରାବଧାନ ରହିଛି।
୨୦୧୩ରେ ଅଭିଯୋଗକାରିଣୀ ହାଇଦ୍ରାବାଦରେ ଆବେଦନକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ଏବଂ ଦାବି କରିଥିଲେ ଯେ ଆବେଦନକାରୀଙ୍କ ସହ ୨୦୦୮ରେ ହିନ୍ଦୁ ରୀତି ଅନୁଯାୟୀ ତାଙ୍କର ବିବାହ ହୋଇଥିଲା। କିନ୍ତୁ ଆବେଦନକାରୀ ଜଣେ ଖ୍ରୀଷ୍ଟିଆନ ହୋଇଥିବା ବେଳେ ଅଭିଯୋଗକାରିଣୀ ଜଣେ ହିନ୍ଦୁ। ଆବେଦନକାରୀ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ତାଙ୍କ ସହ ଅଭିଯୋଗକାରିଣୀଙ୍କର ଆଦୌ ବିବାହ ହୋଇ ନାହିଁ ଏବଂ ଅଭିଯୋଗକାରିଣୀଙ୍କ ପାଖରେ ଏହାର କୌଣସି ପ୍ରମାଣ ନାହିଁ ବୋଲି ସେ କହିଛନ୍ତି। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସରେ କରିବାକୁ ଧାର୍ଯ୍ୟ କରିଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l