କଳା ଓ ସଂସ୍କୃତି ଦେଶ ବିଦେଶ

ହିନ୍ଦୁଙ୍କ ବିନା ଭାରତ ନାହିଁ, ଭାରତ ବିନା ହିନ୍ଦୁ ନାହାନ୍ତି: ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ମୋହନ ଭାଗବତ

ଗ୍ବାଲିଅର୍‌: ହିନ୍ଦୁଙ୍କ ବିନା ଭାରତ ନାହିଁ କି, ଭାରତ ବିନା ହିନ୍ଦୁ ନାହାନ୍ତି ବୋଲି ଶନିବାର ଦିନ ମଧ୍ୟପ୍ରଦେଶର ଗ୍ବାଲିଅର୍‌ରେ ଏକ କାର୍ଯ୍ୟକ୍ରମରେ ‘ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ’ର (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ କହିଛନ୍ତି।

ସେ ଆହୁରି ଗୁରୁତ୍ବ ଦେଇ କହିଛନ୍ତି ଯେ, ଭାରତ ଓ ହିନ୍ଦୁ ଅବିଚ୍ଛେଦ୍ୟ ଅଟନ୍ତି। ଭାରତର ସ୍ବତନ୍ତ୍ର ମୂଲ୍ୟବୋଧ ଅଛି। ଏହା ହିଁ ହେଉଛି ହିନ୍ଦୁତ୍ବର ସାରାଂଶ। ଏହି କାରଣରୁ ଭାରତ ହିନ୍ଦୁମାନଙ୍କର ଦେଶ।

ଦେଶ ବିଭାଜନ ପ୍ରସଙ୍ଗରେ କହିବାକୁ ଯାଇ ସେ କହିଛନ୍ତି, ଦେଶ ବିଭାଜନ ପରେ ଭାରତ ଭାଙ୍ଗିଗଲା ଏବଂ ପାକିସ୍ତାନ ସୃଷ୍ଟି ହେଲା। ଆମେ ଯେ ହିନ୍ଦୁ, ଏ ଚିନ୍ତାଧାରାକୁ ପାସୋରି ଦେବାରୁ ଦେଶ ବିଭାଜନ ହେଲା। ସଂଖ୍ୟାଲଘୁମାନେ ବି ଏକଥା ଭୁଲିଗଲେ। ପ୍ରଥମେ ହିନ୍ଦୁ ବୋଲି ବିଚାର କରୁଥିବା ଜନସାଧାରଣଙ୍କ ସାମର୍ଥ୍ୟ ହ୍ରାସ ପାଇଲା, ତା’ପରେ ହ୍ରାସ ପାଇଲା ସେମାନଙ୍କ ସଂଖ୍ୟା। ସେଇଥି ପାଇଁ ପାକିସ୍ତାନ ଆଉ ଭାରତ ହୋଇ ରହିଲା ନାହିଁ।

ସେ ଆହୁରି ମଧ୍ୟ କହିଲେ ଯେ, ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଉଛି। ଆପଣମାନେ ଜାଣିପାରୁଥିବେ ଯେ, ହିନ୍ଦୁମାନଙ୍କ ସଂଖ୍ୟା ଓ ସାମର୍ଥ୍ୟ ହ୍ରାସ ପାଇଛି ଅଥବା ହିନ୍ଦୁତ୍ବ ଭାବାବେଗ ହ୍ରାସ ପାଇଛି। ଯଦି ହିନ୍ଦୁମାନେ ହିନ୍ଦୁ ହୋଇ ରହିବାକୁ ଚାହିଁବେ ତେବେ ଭାରତ ଅଖଣ୍ଡ ରହିବା ଆବଶ୍ୟକ।

ସୂଚନାଯୋଗ୍ୟ, ପୂର୍ବରୁ ଏକ ପୁସ୍ତକ ଲୋକାର୍ପଣ ଉତ୍ସବରେ ଉଦ୍‌ବୋଧନ ଦେଇ ସେ କହିଥିଲେ, ଭାରତର ବିଭାଜନ ସମୟର ଦୁର୍ଦ୍ଦଶା ଭୁଲିଯିବା ଅନୁଚିତ। ଭାରତର ବିଭାଜନ ପ୍ରତ୍ୟାହୃତ ହେଲେ ଯାଇ ଦୁର୍ଦ୍ଦଶା ଭୁଲି ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,