ଅପରାଧ ରାଜ୍ୟ

ହିତାହିତ ଜ୍ଞାନ ଭୁଲିଗଲେ: ମଦ ନିଶାରେ ମଣିଷ ଖାଇଲା ମଣିଷ ମାଂସ

ବାରିପଦା/ବଡ଼ସାହି: ମଦ ନିଶାରେ ଭୁଲିଗଲେ ମଣିଷପଣିଆ। ନିଜ ସମ୍ପର୍କୀୟଙ୍କ ଶବଦାହ କରିବାକୁ ଯାଇଥିବା ବେଳେ ଜୁଇରୁ ତାଙ୍କର ଦରପୋଡ଼ା ମାଂସ କାଢ଼ି ଆଣି ଭକ୍ଷଣ କଲେ। ଏହି ଘୃଣ୍ୟ ଘଟଣାକୁ ନେଇ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ଯମୁନା ବନ୍ଧସାହି ଗାଁରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ମଣିଷ ମାଂସ ଭକ୍ଷଣ କରିଥିବା ଦୁଇ ଅଭିଯୁକ୍ତଙ୍କୁ ବଡ଼ସାହି ପୁଲିସ ଗିରଫ କରିଛି।

ସୂଚନା ଅନୁଯାୟୀ, ଯମୁନା ବନ୍ଧସାହି ଗାଁର ଶ୍ୟାମ ସିଂଙ୍କ ଝିଅ ମଧୁସ୍ମିତା (୨୫) ଗତକାଲି ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ଘର ଲୋକେ ତାଙ୍କୁ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ସାହି ପୁଲିସ ୪୦/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଯୁବତୀଙ୍କ ପରିବାର ଲୋକ, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ରାତିରେ ଗାଁ ଶ୍ମଶାନରେ ଶବ ସତ୍କାର କରିଥିଲେ। ଶବ ପୋଡ଼ିବାର ଶେଷ ସମୟରେ ଜୁଇ ନିକଟରେ ୩ ଜଣ ରହିଥିବା ବେଳେ ଅନ୍ୟମାନେ ଆସି କିଛି ଦୂରରେ ହାଣ୍ଡିଆ ପିଇଥିଲେ। ତେବେ ଶବର କିଛି ଅଂଶ ନ ପୋଡ଼ିବାରୁ ଜୁଇ ନିକଟରେ ରହିଥିବା ୩ ଜଣଙ୍କ ମଧ୍ୟରୁ ନିକଟସ୍ଥ ଦାନ୍ତୁଣୀ ଗ୍ରାମର ସୁନ୍ଦରମୋହନ ସିଂ (୫୮) ଓ ନରେନ୍ଦ୍ର ସିଂ (୨୫) ମିଶି ସେହି ଅଂଶକୁ ବାହାର କରି କୁରାଢ଼ିରେ କାଟି ୩ ଖଣ୍ଡ କରିଥିଲେ। ସେଥିରୁ ଜୁଇରେ ପୋଡ଼ିବା ପାଇଁ ୨ ଖଣ୍ଡ ମାଂସ ପକାଇ ଅନ୍ୟ ଖଣ୍ଡକୁ ନିଶାରେ ଚୁର୍‌ ଥିବା ସୁନ୍ଦର ଓ ନରେନ୍ଦ୍ର ମଦ ସହ ଚାଖଣା କରି ଖାଇଥିଲେ। ସେଠାରେ ଉପସ୍ଥିତ ଥିବା ତୃତୀୟ ବ୍ୟକ୍ତି ଜଣକ (ମୃତ ଯୁବତୀଙ୍କ ପରିବାର ସଦସ୍ୟ) ଏହାକୁ ବିରୋଧ କରିବା ସହ ଦୂରରେ ମଦ ପିଉଥିବା ଅନ୍ୟମାନଙ୍କୁ ଡାକିଥିଲେ।

ସେମାନେ ପହଞ୍ଚି ମୋହନ ଓ ନରେନ୍ଦ୍ରଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ଏମିତିକି କିଛି ଗ୍ରାମବାସୀ କିରାସିନ ପକାଇ ଉଭୟଙ୍କୁ ପୋଡ଼ି ଦେବାକୁ ବି ଉଦ୍ୟମ କରିଥିଲେ। ତେବେ ଖବର ପାଇ ପୁଲିସ ସେଠାରେ ପହଞ୍ଚି ଅଭିଯୁକ୍ତଙ୍କୁ ଉଦ୍ଧାର କରିବା ସହ ସେମାନେ ଖାଉଥିବା ମାଂସ ଖଣ୍ଡକୁ ଜବତ କରିଥିଲା। ଏ ସଂକ୍ରାନ୍ତରେ ୨୯୦/୨୩ରେ ମାମଲା ରୁଜୁ କରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବଡ଼ସାହି ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ା କହିଛନ୍ତି। ଅନ୍ୟପକ୍ଷରେ ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କରୁଛି ବୋଲି କହିଛନ୍ତି ମୟୂରଭଞ୍ଜ ଏସ୍‌ପି ବାତୁଳ ଗଙ୍ଗାଧର।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।