ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହିଂସାପ୍ରବଣ ମଣିପୁରରୁ ଖସି ପଳାଇବାକୁ ତତ୍ପରତା: ୨୫,୦୦୦ ଟଙ୍କାରେ ବିକ୍ରି ହେଉଛି ୨,୫୦୦ ଟଙ୍କାର ବିମାନ ଟିକେଟ୍‌

ଇମ୍ଫାଲ୍‌: ହିଂସାପ୍ରବଣ ମଣିପୁରରୁ ତୁରନ୍ତ ପଳାଇଯିବାକୁ ‌ଶହ ଶହ ଜନତା ତତ୍ପରତା ପ୍ରକାଶ କରିଥିବାରୁ ଇଣ୍ଡିଗୋ ଏବଂ ଏୟାର୍‌ଏସିଆ ସମେତ କେତେଗୁଡ଼ିଏ ଏୟାର୍‌ଲାଇନ୍‌ ସେମାନଙ୍କର ବିମାନଯାତ୍ରା ବାବଦ ଶୁଳ୍କ ବୃଦ୍ଧି କରିଛନ୍ତି।

ହଠାତ୍‌ ଯାତ୍ରୀମାନଙ୍କର ଚାହିଦା ବୃଦ୍ଧି ପାଇଥିବାରୁ ଟିକେଟ୍‌ର ମୂଲ୍ୟ ବୃଦ୍ଧି ପାଇଥିବା କଥା ଏୟାର୍‌ଲାଇନ ସବୁ କହିଛନ୍ତି।

ସାଧାରତଃ, ଇମ୍ଫାଲ୍‌ ଓ କୋଲ୍‌କାତା ମଧ୍ୟରେ ଆତଯାତ ‌କରୁଥିବା ବିମାନର ଭଡ଼ା ୨,୫୦୦ରୁ ୫୦୦୦ ଟଙ୍କା ପଡ଼େ। ଇମ୍ଫାଲ୍‌ରୁ ଗୌହାଟି ଯିବା ପାଇଁ ବି ଭଡ଼ା ବାବଦକୁ ଉପରୋକ୍ତ ଦେୟ ପଡ଼ିଥାଏ। କିନ୍ତୁ, ଦୂରତ୍ବ ହିସାବରେ ଦେଖିଲେ, ଇମ୍ଫାଲ୍‌ରୁ କୋଲ୍‌କାତା ୬୧୫ କିଲୋମିଟର୍‌ ହୋଇଥିବା ବେଳେ ଇମ୍ଫାଲ୍‌ରୁ ଗୌହାଟିର ଦୂରତ୍ବ ୨୬୯ କିଲୋମିଟର୍‌।

କିନ୍ତୁ, ମେ ୩ ତାରିଖରୁ ମଣିପୁରରେ ଆଦିମ ଅଧିବାସୀ ଘଟଣାଜନିତ ସଂଘର୍ଷ ବ୍ୟାପିବା ପରଠାରୁ ଇମ୍ଫାଲ୍‌ରୁ କ‌ୋଲ୍‌କାତାକୁ ବିମାନ ଟିକେଟର୍‌ ମୂଲ୍ୟ ଦ୍ରୁତ ବେଗରେ ବୃଦ୍ଧି ପାଇଛି। ଏବେ ଇମ୍ଫାଲ୍‌ରୁ କୋଲ୍‌କାତା ଯିବା ପାଇଁ ବିମାନ ଟିକେଟ୍‌ ବାବଦକୁ ୧୨,୦୦୦ରୁ ୨୫,୦୦୦ ଟଙ୍କା ବ୍ୟୟ କରିବାକୁ ପଡୁଛି। ସେହିପରି, ଇମ୍ଫାଲ୍‌ରୁ ଗୌହାଟି ଯିବା ପାଇଁ ବିମାନ ଟିକେଟର ମୂଲ୍ୟ୧୫,୦୦୦କୁ ବୃଦ୍ଧି ପାଇଛି। ମେ ୧୨ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ ଟିକେଟ ମୂଲ୍ୟ ବଳବତ୍ତର ରହିବ ବୋଲି ‘ମେକ୍‌ମାଇଟ୍ରିପ୍‌’ ଟିକେଟ୍‌ ବୁକିଙ୍ଗ୍‌ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ