ଖେଳ ଦେଶ ବିଦେଶ

‘ହାର୍ଦ୍ଦିକ ପାଣ୍ଡ୍ୟା ଧୋନୀଙ୍କ ଭଳି ବିପଦଜ୍ଜନକ, ମ୍ୟାଚ୍ ଛଡାଇନେଲେ’, ମାନିଲେ ଅଷ୍ଟ୍ରେଲିଆ କୋଚ୍

ସିଡନୀ,୦୭/୧୨: ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଟି୨୦ ମ୍ୟାଚ୍ ଜିତିଛି । ଏହାସହ ସିରିଜକୁ ମଧ୍ୟ ୨-୦ରେ ଆଗୁଆ କବଜା କରିନେଇଛି । ଏହି ମ୍ୟାଚର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କର ବିସ୍ଫୋରକ ବ୍ୟାଟିଂରେ ଭାରତ କଙ୍ଗାରୁ ବିପକ୍ଷରେ ଦମଦାର୍ ବିଜୟ ହାସଲ କରିଛି ।

ଏହି ବିଜୟ ପରେ ପାଣ୍ଡ୍ୟାଙ୍କ ପ୍ରଦର୍ଶନକୁ ନେଇ ଅଷ୍ଟ୍ରେଲିଆ କୋଚ୍ ଜଷ୍ଟିନ୍ ଲାଙ୍ଗର୍ କହିଛନ୍ତି ଯେ, ପାଣ୍ଡ୍ୟା ଦ୍ୱିତୀୟ ଟି୨୦ରେ ଅବିଶ୍ୱସନୀୟ ଇନିଂସ ଖେଳିଥିଲେ । ଏହାସହ ସେ ପାଣ୍ଡ୍ୟାଙ୍କୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ତୁଳନା କରିଛନ୍ତି ।

ପାଣ୍ଡ୍ୟା ଶେଷ ୨୨ ବଲରୁ ୪୨ ରନ୍ ସଂଗ୍ରହ କରିବା ଦ୍ୱାରା ଭାରତ ୬ ଓ୍ୱିକେଟରେ ବିଜୟଲାଭ କରିଥିଲା । ଏହାସହ ଶିଖର ଧାଓ୍ୱନ ମଧ୍ୟ ୩୬ ବଲରୁ ୫୨ ରନ୍ କରିଥିଲେ ।

ଲାଙ୍ଗର୍ ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପାଣ୍ଡ୍ୟା ହେଉଛନ୍ତି ବହୁତ ବିପଦଜ୍ଜନକ । ସେ ପୂର୍ବରୁ ଧୋନୀଙ୍କୁ ଦେଖିଛନ୍ତି । ପାଣ୍ଡ୍ୟା ଧୋନୀଙ୍କ ଭଳି ବ୍ୟାଟିଂ କରୁଛନ୍ତି । ଭାରତୀୟ ଦଳରେ ଅନେକ ଅନୁଭବୀ ଖେଳାଳି ଅଛନ୍ତି । ଯାହା ଦଳକୁ ଫାଇଦା ଦେଉଛି । ତେବେ ଅଷ୍ଟ୍ରେଲିଆ ଫିଲ୍ଡିଂକୁ ସେ ପ୍ରଶଂସା କରିଛନ୍ତି ।

ଏହାସହ ସେ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି । କାରଣ କୋହଲି ଗତ ମ୍ୟାଚରେ କିଛି ଆକର୍ଷଣୀୟ ସଟ୍ ଖେଳିଥିଲେ । ସେ ୨୪ ବଲରୁ ୪୦ ରନ୍ କରି ମଧ୍ୟ ଓଭରରେ ରନ୍ ଗତି କମିବାକୁ ଦେଇନଥିଲେ । ବିରାଟ ସର୍ବଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରୁ ଜଣେ ବୋଲି ଲାଙ୍ଗର କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ