ଖେଳ

ହାର୍ଦ୍ଦିକ୍ ବାହିନୀଙ୍କ ବିଜୟ ପରେ ପତ୍ନୀ ନତାଶା ହେଲେ ଇମୋସନାଲ୍‌, ପଡିଆରେ ସ୍ବାମୀଙ୍କୁ କଲେ ଆଲିଙ୍ଗନ

ନୂଆଦିଲ୍ଳୀ ୩୦।୦୫ : ଦୀର୍ଘ ୫ ବର୍ଷ ପରେ ଆଇପିଏଲ୍‌କୁ ମିଳିଛି ନୂଆ ଚାମ୍ପିଅନ୍‌ । ଗୁଜୁରାଟ ଆଇପିଏଲ୍ ୨୦୨୨ର ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟାଇଟଲ୍ ଜିତିଛି । ଏଥର ଗୁଜୁରାଟ ନିଜର ପ୍ରଥମ ସିଜନରେ ଆଇପିଏଲ୍ ଟ୍ରଫି ଜିତିଥିଲା । ବୋଲରମାନେ ରାଜସ୍ଥାନ ରୟାଲ୍ସକୁ ମାତ୍ର ୧୩୦ ରନ୍‌ରେ ଅଟକାଇଥିଲେ । ଏହା ପରେ ୭ ୱିକେଟ୍‌ରେ ଗୁଜୁରାଟ୍‌ ମ୍ୟାଚ୍‌ ଜିତି ଯାଇଥିଲା।

ଏହି ବିଜୟ ପରେ ଟାଇଟାନ୍ସର ଫ୍ୟାନ୍ସମାନେ ଖୁସିରେ ଝୁମି ଉଠିଥିଲେ । ଷ୍ଟାଡିୟମ୍‌ ଦର୍ଶକଙ୍କ କରତାଳି ଉତ୍ସାହରେ ଉଠୁଥିଲା ପଡୁଥିଲା। ଏହି ସମୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ୍ ତାଙ୍କ ସ୍ୱାମୀଙ୍କ ବିଜୟରେ ଭାବପ୍ରବଣ ହୋଇଥିଲେ। ଟାଇଟଲ୍ ଜିତିବା ପରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁସି ହସୁଥିବାର ଦେଖିବାକୁ ମିଳିଥିଲା। ଏହି ସମୟରେ ନତାଶା ପଡ଼ିଆକୁ ଧାଇଁ ଆସି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଲିଙ୍ଗନ କରିଥିଲେ।ଦୁହେଁ ବହୁତ ଭାବପ୍ରବଣ ହୋଇଯାଇଥିଲେ । ଦୁହିଁଙ୍କ ଆଖିରେ ଖୁସିର ଲୁହ ବାହାରି ଆସିଥିଲା । କାହିଁକି ନା ନତାଶା ହାର୍ଦ୍ଦିକଙ୍କୁ ସବୁ ମ୍ୟାଚ୍‌ରେ ବହୁତ ସହଯୋଗ କରୁଥିବା ଦେଖିବାକୁ ମିଳିଛି

ଆଇପିଏଲ୍ ୨୦୨୨ ତାଙ୍କର ପ୍ରତ୍ୟାବର୍ତ୍ତନ ସିଜିନ୍‌ ଥିଲା । ଏହି କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଗତ ବର୍ଷ ଟି -୨୦ ବିଶ୍ୱକପ ବେଳେ ବୋଲିଂ ନକରିବାରୁ ତାଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ସେବେଠାରୁ ସେ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି । ହେଲେ ଚଳିତ ବର୍ଷ ଆଇପିଏଲ୍ କୁ ଫେରିବାବେଳେ ତାଙ୍କ ଫିଟନେସ ପାଇଁ ବହୁତ କିଛି କାମ କରିଛନ୍ତି। ଗୁଜୁରାଟର ଅଧିନାୟକ ହୋଇ ଫାଇନାଲରେ ତିନୋଟି ୱିକେଟ୍ ହାସଲ କରିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ